fbpx
BJD SKY
BJD SKY

ରଥଖଳା ପାଇଁ ବାୟୋ-ବବଲ୍ ବ୍ୟବସ୍ଥା

BJD

ପୁରୀ (ଓଡ଼ିଶା ଭାସ୍କର) : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ରଥ ତିଆରି କାମ ଜୋରଦାର ହେବାରେ ଲାଗିଛି । କିନ୍ତୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ଲହର ଜାରି ରହିଥିବାରୁ ସଚେତନତା ରକ୍ଷା କରି ସବୁ କାମ ଆଗେଇବାରେ ଲାଗିଛି । ତେବେ ଆଜି ରଥ ନିର୍ମାଣକୁ ନେଇ ଶ୍ରୀ ମନ୍ଦିର ପ୍ରଶାସନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୀତି ନିୟମାନୁସାରେ ରଥଯାତ୍ରା ହେବ । କିନ୍ତୁ କୋଭିଡ୍ ମହାମାରୀ ଯୋଗୁଁ ସତର୍କତା ରକ୍ଷା କରି ସବୁ ପ୍ରକାରର ପ୍ରସ୍ତୁତି କରାଯିବ । ନିୟମାବଳୀ ଅନୁସାରେ ସବୁ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ । ଯେଉଁ ମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ ସେହି ମାନଙ୍କୁ ହିଁ ରଥ କାମ ପାଇଁ ଅନୁମତି ମିଳିବ । ସେହପରି ରଥଖଳାରେ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗିବ ।

ସୂଚନା ଅନୁସାରେ, ରଥଖଳାରେ ବାୟୋ-ଡବଲ୍ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ୮ ଜଣ ସେବାୟତ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କୁ ଏନ୯୫ ମାସ୍କ ଦିଆଯିବ । ଜିଲ୍ଲାପାଳ ପ୍ରତ୍ୟେକ ଦିନ ରଥକାମର ସମୀକ୍ଷା ରିପୋର୍ଟ ଦେବେ ବୋଲି ମୁଖ୍ୟ ପ୍ରଶାସକ ବୈଠକରେ କହିଛନ୍ତି ।
ସୂଚନାଯୋଗ୍ୟ, ରଥ ନିର୍ମାଣରେ ନିୟୋଜିତ ୩ ମହାରଣା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୫ ଜଣ ଭୋଇ ସେବକ ମଧ୍ୟ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.