fbpx

ଭଦ୍ରକ କୋଭିଡ୍ ହସ୍ପିଟାଲ୍ ରେ ଲାଗିଲା ନିଆଁ

ଭଦ୍ରକ(ଓଡ଼ିଶା ଖବର): ଭଦ୍ରକ ମେଡିକାଲ୍ କୋଭିଡ୍ ୱାର୍ଡରେ ହଠାତ୍ ନିଆଁ ଲାଗିଯାଇଛି । ୱାର୍ଡ ତଳ ମହଲାରେ ଥିବା ଡିଜି ରୁମ୍ରେ ନିଅାଁ ଲାଗିଥିବା ସୂନା ମିଳିଛି। ଏହି ଦୁର୍ଘଟଣା ପରେ ସେଠାରେ ଆତଙ୍କ ଖେଳି ଯାଇଛି । ଲୋକେ ଇତଃସ୍ତତ ହୋଇ ଦୌଡ଼ାଦୌଡ଼ି କରୁଥିବା ଖବର ମିଳୁଛି ।

ଖବର ପାଇ ଘଟଣାସ୍ଥଳକୁ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ପହଞ୍ଚିଛନ୍ତି । ଏପରିକି ଜିଲ୍ଲାପାଳ ଓ ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ସୂଚନା ମିଳିଛି । ତେବେ କାହିଁକି ଓ କେମିତି ନିଆଁ ଲାଗିଲା ସେନେଇ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.