fbpx

Ration Card: ସରକାର ରାସନ ନେବା ନିୟମରେ କଲେ ବଡ଼ ପରିବର୍ତ୍ତନ, ୩ ରାଜ୍ୟରେ ମିଳିବନି ଗହମ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ଓ ଆପଣ ପ୍ରତି ମାସରେ ସରକାରଙ୍କଠାରୁ ମାଗଣା ରାସନ ନେଉଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ପକ୍ଷରୁ ରାସନ କାର୍ଡ ନିୟମରେ ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନ ଜୁନ୍ ମାସରୁ ଲାଗୁ କରାଯିବ । ଏପରି ପରିସ୍ଥିତିରେ ରାସନ କାର୍ଡଧାରୀଙ୍କୁ ଏହି ନିୟମ ବିଷୟରେ ଜାଣିବା ନିହାତି ଜରୁରୀ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକରେ ରାସନ କାର୍ଡଧାରୀଙ୍କୁ ମାଗଣାରେ ଗହମ ଓ ଚାଉଳ ବିତରଣ କରାଯାଉଛି । ଏହି ବିତରଣ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧିନରେ କରାଯାଉଛି । ଏବେ ଏହି ଯୋଜନାରେ ଗହମ ବଦଳରେ ଚାଉଳ ଦିଆଯିବ । ଫଳରେ ଜୁନରୁ ଆପଣଙ୍କୁ ଗହମ କମ୍ ଓ ଚାଉଳ ଅଧିକ ମିଳିବ ।

ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମେ’ ରୁ ସେପ୍ଟେମ୍ବର ମଧ୍ୟରେ ବଣ୍ଟନ ହେବାକୁ ଥିବା ଗହମର କୋଟା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏହି ପରିବର୍ତ୍ତନ ପରେ ୟୁପି, ବିହାର ଓ କେରଳରେ ମାଗଣା ବିତରଣ ପାଇଁ ଗହମ ମିଳିବନି । ଅନ୍ୟପଟେ ଦିଲ୍ଲୀ, ଗୁଜୁରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗରେ ଗହମର କୋଟା ହ୍ରାସ କରାଯାଇଛି । ଏହି ରାଜ୍ୟଗୁଡ଼ିକରେ କାର୍ଡଧାରୀଙ୍କୁ କମ୍ ଗହମ ଏବଂ ଅଧିକ ଚାଉଳ ମିଳିବ । ବାକି ରାଜ୍ୟଗୁଡିକରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

Get real time updates directly on you device, subscribe now.