fbpx

ବିକାଶ ନାଁରେ ବିକୃତ କରଯାଉଛି, ତର୍ଥସ୍ଥଳୀକୁ ପିକ୍‌ନିକ୍‌ ସ୍ପଟ୍‌ କରାଯିବା ଠିକ୍‌ ନୁହେଁ- ଶଙ୍କରାଚାର୍ଯ୍ୟ

ପୁରୀ: ପରିକ୍ରମା ପ୍ରକଳ୍ପକୁ ନେଇ କ୍ଷୋବ ପ୍ରକାଶ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ ଧାର୍ମିକ ରାଜଧାନୀ ପୁରୀକୁ ବିକୃତ ବିଲୋପ ପ୍ରୟାସ ଚାଲିଛି। ବିକାଶର ପକ୍ଷଧର, କିନ୍ତୁ ତୀର୍ଥସ୍ଥଳର ଅସ୍ଥିତ୍ବ ବିଲୁପ୍ତ ହୋଇ ନ ଯାଉ ବୋଲି ସେ କହିଛନ୍ତି। ତେବେ ରାସ୍ତା ପ୍ରଶସ୍ଥ କରିବା ନାଁରେ ତର୍ଥସ୍ଥଳୀକୁ ପିକ୍‌ନିକ୍‌ ସ୍ପଟ୍‌ କରାଯିବା ଠିକ୍‌ ନୁହେଁ। ତେବେ ଦେବଦେବୀ ରାଗିଲେ ସାରା ଓଡ଼ିଶା ସଙ୍କଟର ସାମ୍ନା କରିବ ବୋଲି ଶଙ୍କରାଚାର୍ଯ୍ୟ ଚେତେଇ ଦେଇଛନ୍ତି ।

ପୁରୀରେ ବିକାଶ ନାଁରେ ଚାଲିଥିବା କାର୍ଯ୍ୟକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ନାପସନ୍ଦ କରିଛନ୍ତି। ପୁରୀରେ ବିକାଶ ନାଁରେ କେବଳ ବିଲୁପ୍ତ ମାର୍ଗ ପ୍ରଶସ୍ତ ହେଉଛି। ତେବେ ତିର୍ଥସ୍ଥଳିକୁ ଭୋଗସ୍ଥଳୀ ନ କରିବା ଶାସନତନ୍ତ୍ରର ଦାୟିତ୍ୱ। ଯାହା ପ୍ରଶାସନ କରୁଥିବା ଦେଖାଯାଉ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ଆମେ ବିକାଶ ଚାହୁଁ, ପରନ୍ତୁ ଅସ୍ଥିତ୍ୱର ବିଲୋପ ନୁହେଁ। ମାର୍ଗ ପ୍ରଶସ୍ଥ ନାଁରେ ମଠଗୁଡ଼ିକ ଭାଙ୍ଗିଦେଲେ। ଦେବୀ ଦେବତା ମନ୍ଦିର ବିଲୁପ୍ତ କରି ଦିଆଗଲା ବୋଲି ଶଙ୍କରାଚାର୍ଯ୍ୟ କ୍ଷୋବ କରିଥିଲେ।

ତେବେ ବର୍ଷାଧିକାଳ ଯେଉଁ ଦଳକୁ ଲୋକେ ଭରଷା କରିଛନ୍ତି, ସେ ଜାଣିବା ଦରକାର ପୁରୀ ହେଉଛି ଧାର୍ମିକ ରାଜଧାନୀ, ମାର୍ଗ ପ୍ରଶସ୍ଥ କରିବା ନାଁରେ ପ୍ରଦର୍ଶନ ସ୍ଥଳୀ ଓ ପିକ୍ ନିକ୍ ସ୍ଥଳୀ କରିବା ଠିକ୍ ନୁହେଁ । ତପ ସ୍ଥଳୀକୁ ଭିଗ ସ୍ଥଳୀ କଲେ ଦେବିଦେବତା କୋପ କରିବେ ଏବଂ ଦେବୀ ଦେବତା କୋପ କଲେ ଓଡ଼ିଶା ପ୍ରତି ସଂକଟ ସୃଷ୍ଟି ହେବ । ତେଣୁ ସେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମମନ୍ତ୍ରୀ ମୋ କଥାକୁ ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି ।

 

Get real time updates directly on you device, subscribe now.