EKYC ନକଲେ କଟିଯିବ ରାସନ୍ କାର୍ଡ଼, ଗାଇଡଲାଇନ୍ ଜାରି କଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାସନ୍ କାର୍ଡ଼କୁ ନେଇ ଆସିଲା ବଡ଼ ଖବର । EKYC ନକଲେ କଟିଯିବ ରାସନ୍ କାର୍ଡ଼ । ରାସନ୍ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଗାଇଡଲାଇନ୍ ଜାରି କରିଛନ୍ତି ।

ତୁରନ୍ତ କରନ୍ତୁ E-KYC: ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି । ଯାହା ଫଳରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ସରକାରଙ୍କ ସୁବିଧା ପାଇବାରୁ ବଞ୍ଚିତ ହେବେ ନାହିଁ ।

ରାସନ୍ କାର୍ଡ଼ ହିତାଧିକାରୀ ଜାନୁଆରୀ ୩୧ ସୁଦ୍ଧା ଋକଣଉ କରିବା ବାଧ୍ୟତାମୂଳକ । ଏପରି ନକଲେ ସେମାନଙ୍କ ରାସନ୍ କାର୍ଡ଼ କଟିଯିବ ।

ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ ଋକଣଉ କରିନଥିବା ଜଣାପଡ଼ିଛି ।

ସରକାରଙ୍କ ଲକ୍ଷ୍ୟ: ତେବେ ଭାରତ ସରକାରଙ୍କ ମାଗଣା ରାସନ ଯୋଜନା ଅନୁଯାୟୀ ଦେଶର ୯୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି । ଏହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା ।

ଜନତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ମଧ୍ୟ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ ସରକାରଙ୍କ ଲକ୍ଷ୍ୟ ରହିଛି ।

ରାସନ କାର୍ଡରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକେ ଚଞ୍ଚକତା କରି ରାସନକାର୍ଡ ହାତେଇଥିବା ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ ଋକଣଉ କରିନଥିବା ଜଣାପଡ଼ିଛି ।