fbpx

ସୁନ୍ଦରତାରେ ରବୀନାଙ୍କୁ ଟକ୍କର ଦିଅନ୍ତି ଝିଅ ରାଶା, ଇନଷ୍ଟାଗ୍ରାମ ରହିଛନ୍ତି ହଜାର ହଜାର ପ୍ରଶଂସକ

Advertisement

ମୁମ୍ବାଇ: ଅଭିନେତ୍ରୀ ରବିନା ଟଣ୍ଡନ ହଜାର ହଜାର ଫ୍ୟାନଙ୍କୁ ପାଗଳ କରୁଥିଲେ । ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ । ଏବେବି ସେହି ଚମକ୍‌ ତାଙ୍କ ପାଖରେ ଦେଖିବାକୁ ମିଳୁଛି । ତାଙ୍କୁ ଦେଖିଲେ କେହି କହିବେନି ଯେ, ସେ ୪ଟି ପିଲାର ମା’ । ତେବେ ମା ଯଦି ଏତେ ସୁନ୍ଦର ତା’ହେଲେ ପିଲାମାନେ ବି ସୁନ୍ଦର ହେବା ସ୍ୱାଭାବିକ । ତେଣୁ ତାଙ୍କ ପିଲାମାନେ ବି ତାଙ୍କ ଭଳିଆ ସୁନ୍ଦର । ଖାସ କରି ତାଙ୍କ ଝିଅ ରାଶା ଠଡାନୀ। ୧୬ ବର୍ଷ ବୟସରେ ସୁନ୍ଦରତାରେ ସେ ତାଙ୍କ ମାଙ୍କୁ ଦେଉଛନ୍ତି ଟକ୍କର । ସୋସିଆଲ ମିଡିଆରେ ରାଶାଙ୍କ ସୌନ୍ଦର୍ଯ୍ୟର ଖୁବ୍‌ ପ୍ରଶଂସା କରାଯାଉଛି ।

 

ରବିନା ୨୦୦୪ରେ ଫିଲ୍ମ ଡିଷ୍ଟ୍ରିବ୍ୟୁଟର କମ୍ପାନୀ ଅନୀଲ ଠଡ଼ାନୀଙ୍କୁ ବିବାହ କରିଥିଲେ । ତାଙ୍କର ୨ ପିଲା ଗୋଟିଏ ପୁଅ ଗୋଟିଏ ଝିଅ ରାଶା । ଆଉ ୨ଜଣ ଝିଅଙ୍କୁ ସେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ରବିନାଙ୍କ ଛୋଟ ଝିଅ ରାଶା ଏବେ ବଡ଼ ହୋଇଛନ୍ତି । ଆଉ ଗ୍ଲାମରସ୍‌ରେ ବଡ଼ ବଡ଼ ହିରୋଇନଙ୍କୁ ଟକ୍କର ଦେଉଛନ୍ତି । ରାଶା ଠଡାନୀ ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । ସେ ଅନେକ ସମୟରେ ଇନଷ୍ଟାଗ୍ରାମରେ ନିଜ ହଟ୍‌ ଏବଂ ସେକ୍ସି ଫଟୋ ସେୟାର କରିଥାନ୍ତି । ତାଙ୍କ ଫ୍ୟାସନ୍‌ ଓ ଷ୍ଟାଇଲକୁ ଦେଖି ଲୋକେ ଆଶ୍ଚର୍ଯ୍ୟ । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରବୀନାଙ୍କ ସୁନ୍ଦରୀ ଝିଅ ରାଶା ଅଭିନୟ କରିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ସେ ମ୍ୟୁଜିକ୍‌ ଲଭର୍ସ । ଗୀତ ଗାଇବା ସହ ସଙ୍ଗୀତ ଇନଷ୍ଟ୍ରୁମେଣ୍ଟ ବଜାଇବା ବି ପସନ୍ଦ କରନ୍ତି । କିନ୍ତୁ ରାଶାଙ୍କ ଫ୍ୟାନ୍‌ ତାଙ୍କୁ ଫିଲ୍ମରେ ଦେଖିବାକୁ ଚାହାଁନ୍ତି ।

 

Get real time updates directly on you device, subscribe now.