fbpx

RBI ପକ୍ଷରୁ ସୂଚନା: ବ୍ୟାଙ୍କରେ ସବୁ ପ୍ରକାର କଏନ୍ ଚଳିବ, ରାଜ୍ୟର ସବୁ ବ୍ଲକରେ ଚିରାଫଟା ନୋଟ ଓ କଏନ୍ ଏକ୍ସଚେଞ୍ଜ କରିପାରିବେ ଜନତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ନୋଟକୁ ନେଇ ବଜାରରେ କୌଣସି ପ୍ରକାର ସମସ୍ୟା ଦେଖାଦେଇ ନଥାଏ । ମାତ୍ର କଏନକୁ ଦୋକାନୀମାନେ ନେବାକୁ କୁଣ୍ଠାବୋଧ କରୁଥିବା ଦେଖାଯାଇଥାଏ । ଏପରିକି ୧୦ ଟଙ୍କିଆ କଏନକୁ ଦୋକାନୀମାନେ ଗ୍ରହଣ କରୁନଥିବା ନେଇ ମଧ୍ୟ ପୂର୍ବରୁ ରାଜ୍ୟରେ ଏକ ବଡ଼ ଧରଣର ଚର୍ଚ୍ଚା ହୋଇଥିଲା । ତେବେ କଏନକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆସିଛି ଏକ ଅପଲେଡ୍ ।

କଏନକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ସୂଚନା ଦିଆଯାଇଛି । ଆରବିଆଇର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି, ବ୍ୟାଙ୍କଗୁଡ଼ିକ ଲୋକଙ୍କଠାରୁ କଏନ୍ ନେବାକୁ ବାଧ୍ୟ । ଲୋକଙ୍କଠାରୁ କଏନ୍ ନେବାକୁ କୌଣସି ବ୍ୟାଙ୍କ ମନା କରିପାରିବେ ନାହିଁ । ଯଦି କୌଣସି କୌଣସି ବ୍ୟାଙ୍କ ଗ୍ରାହକଙ୍କଠାରୁ କଏନ ନେବାକୁ ମନା କରନ୍ତି ତେବେ ଏ କ୍ଷେତ୍ରରେ ଗ୍ରାହକମାନେ ବ୍ୟାଙ୍କ ବିରୋଧରେ ଆରବିଆଇ ବ୍ୟାଙ୍କିଂ ଲୋକପାଳରେ ଅଭିଯୋଗ କରିପାରିବେ ।

ଏବେ ୫୦ ପଇସାରୁ ଆରମ୍ଭ କରି ୨୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ପ୍ରକାରର କଏନ୍ ପ୍ରଚଳନ ଅଛି । ତେଣୁ ଗ୍ରାହକମାନେ କଏନ ଦେଲେ ବ୍ୟାଙ୍କଗୁଡ଼ିକ ଏହାକୁ ଗ୍ରହଣ କରିବାକୁ ବାଧ୍ୟ । ଏଥିସହିତ ଖୁବଶୀଘ୍ର ରାଜ୍ୟର ସମସ୍ତ ବ୍ଲକରେ କଏନ୍ ଏକ୍ସଚେଞ୍ଜ କରାଯିବ । ରାଜ୍ୟର ୩୨୪ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଆସନ୍ତା ୩ ମାସ ମଧ୍ୟରେ ରାଜ୍ୟର ସବୁ ବ୍ଲକର ବଜାର ସ୍ଥାନରେ ଲୋକମାନେ କଏନ, ମଇଳା ଓ ଚିରାଫଟା ନୋଟ୍ ବଦଳାଇ ପାରିବେ ବୋଲି ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶ କହିଛନ୍ତି ।

Get real time updates directly on you device, subscribe now.