fbpx

ଆପଣ ଜାଣିଛନ୍ତି କି ‘ସୁଭାନ୍ ଆଲ୍ଲାହ’ ଏବଂ ‘ମାଶା ଆଲ୍ଲାହ’ ମଧ୍ୟରେ କ’ଣ ରହିଛି ଫରକ? ବହୁତ କମ ଲୋକ ଜାଣିଥିବେ ଏହାର ଅର୍ଥ

କଥା ହେବା ସମୟରେ ଆମେ ଏପରି ଅନେକ ଶବ୍ଦ ବ୍ୟବହାର କରିଥାଉ ଯାହାର ପ୍ରକୃତ ଅର୍ଥ ଆମକୁ ଜଣା ନ ଥାଏ । ଏଭଳି ଶବ୍ଦ ସହ ଆମେ ଏତେ ପରିଚିତ ଥାଉ କି ତାହାର ଅର୍ଥ ଜାଣିବା ପାଇଁ କେବେ ହେଲେ ଚେଷ୍ଟା କରି ନଥାଉ । ଦୈନନ୍ଦିନ ଜୀବନରେ କଥାବାର୍ତ୍ତା କରିବା ହେଉ ଅବା ଫିଲ୍ମ । ଗୀତ, କବିତା ଏବଂ ଗଜଲ ମାଧ୍ୟମରେ ଆମେ ଏହି ଶବ୍ଦ ସହ ପରିଚିତ । ଆମ ମନରେ ହୁଏତ କେବେ ପ୍ରଶ୍ନ ଆସି ନଥିବ କି ଏହି ଶବ୍ଦର ବ୍ୟବହାର କରିବା କେତେ ଦୂର ଠିକ୍ ଓ କେତେ ଦୂର ଭୁଲ ।

ଏମିତି ହିଁ କିଛି ଶବ୍ଦ ହେଉଛି ‘ସୁଭାନ୍ ଅଲ୍ଲାହ’ ଏବଂ ‘ମାଶା ଅଲ୍ଲାହ’ । ତେବେ ଏହି ଦୁଇଟି ଶବ୍ଦର ଅର୍ଥ କ’ଣ ? ଏହାର ବ୍ୟବହାର ଭିନ୍ନ କ’ଣ ପାଇଁ ? ଅନଲାଇନ୍ ପ୍ଲାଟଫର୍ମରେ ଏପରି ପ୍ରଶ୍ନ ଅନେକ ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଏକ୍ସପର୍ଟ ହୁଅନ୍ତୁ ବା ସାଧାରଣ ଜନତା ଜୀବନରେ କେବେ ନା କେବେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥାଏ । ଶବ୍ଦର ସଠିକ ଉତ୍ତର ନ ଜାଣି ବ୍ୟବହାର କରିବା ଲୋକଲଜ୍ଜ୍ୟାର କାରଣ ପାଲଟିଥାଏ ।

ତେବେ ଆସନ୍ତୁ ଜାଣିବା ଏହା ବିଷୟରେ :

ବାସ୍ତବରେ ‘ସୁଭାନ୍ ଆଲ୍ଲାହ’ ଅରବୀ ଭାଷା ‘ସୁବ୍ହାନ୍ ଅଲ୍ଲାହ’ରୁ ଆସିଛି । ଏହାର ଅର୍ଥ- ଆଲ୍ଲାହ ହେଉଛନ୍ତି ପବିତ୍ର । ସେ ଧନ୍ୟ । ଆଲ୍ଲାହଙ୍କୁ ପ୍ରଶଂସା କରାଯାଏ । ସେହିପରି ‘ମାଶା ଅଲ୍ଲାହ’ ହେଉଛି ଏକ ଅରବୀ ବାକ୍ୟାଂଶ । ତୃପ୍ତି, ଆନନ୍ଦ, କୃତଜ୍ଞତା ଏବଂ ପ୍ରଶଂସା ପାଇଁ ଏହା ବ୍ୟବହାର ହୋଇଥାଏ । ଏହାର ଅର୍ଥ ହେଉଛି- ଆଲ୍ଲାହ ଯାହା ଚାହିଁବେ ତାହା ହିଁ ହେବ ।

ସେହିପରି ଏକ ବାକ୍ୟାଂଶ ହେଉଛି ‘ଇଂଶା ଆଲ୍ଲାହ’ ଯାହା ଅରବୀ ଭାଷାରୁ ଆସିଛି । ଏହାର ଅର୍ଥ କାହାକୁ ଶୁଭକାମନା ଦେବା ସହ ଜଡ଼ିତ । ଅନ୍ୟ ଅର୍ଥରେ ‘ଯଦି ଏହା ଆଲ୍ଲାହ ବା ଇଶ୍ୱରଙ୍କ ଇଚ୍ଛା’ । ସାଧାରଣତଃ ଉର୍ଦ୍ଦୁ କହିବା ଏବଂ ସାହିତ୍ୟ ଲେଖିବା ସମୟରେ ‘ଇଂଶା ଅଲ୍ଲା’ ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ ।

Get real time updates directly on you device, subscribe now.