fbpx
BJD
BJD SKY
BJD SKY

ଆଠଟି ବ୍ୟାଙ୍କ ଉପରେ ଲାଗିଲା RBI କଟକଣା

ନୂଅଦିଲ୍ଲୀ: ବ୍ୟାଙ୍କିଂ ନିୟମ ଠିକ୍ ଭାବେ ପାଳନ ନକଲେ ଅଧିକାଂଶ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ତେବେ ନିକଟରେ ଆରବିଆଇ ପକ୍ଷରୁ ୮ଟି ବ୍ୟାଙ୍କ ଉପରେ ଝଟକା ଲାଗିଛି । ଆଠଟି ସହକାରୀ ବ୍ୟାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ୟାଙ୍କିଂ ସମ୍ବନ୍ଧୀୟ କିଛି ପ୍ରାବଧାନ ଠିକରେ ପାଳନ କରିନଥିବାରୁ ଏହି ସହକାରୀ ବ୍ୟାଙ୍କ ଗୁଡ଼ିକ ଉପରେ ୪୦ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ମଧ୍ୟ ଲାଗୁ କରାଯାଇଛି ।

ଗତ ୨୦୧୬ରେ ସୁଧ ହାରକୁ ନେଇ ସହକାରୀ ବ୍ୟାଙ୍କ ପାଇଁ ଆରବିଆଇର କିଛି ନିର୍ଦ୍ଦେଶନାମା ରହିଥିଲା । ଗୁଜରାଟର ମେହସନା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ତାହା ପାଳନ କରି ନଥିବାରୁ ୪୦ ଲକ୍ଷର ଜରିମାନା ଲାଗିଛି । ସେହିପରି ମହାରାଷ୍ଟ୍ରର ଇନ୍ଦାପୁର ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଉପରେ ୭ ଲକ୍ଷର ଜରିମାନା ଲାଗିଛି । ମହାରାଷ୍ଟ୍ରର ବରୁଡ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଓ ୟୁଭତମଲ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ, ମଧ୍ୟପ୍ରଦେଶର ଜିଲ୍ଲା ସହକାରୀ ବ୍ୟାଙ୍କ ମର୍ଯ୍ୟଦିଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏଥିସହ ନିୟମ ଉଲ୍ଲଂଘନ କରିବାରୁ ଛତିଶଗଡ଼ ରାଜ୍ୟ ସହକାରୀ ବ୍ୟାଙ୍କ ମର୍ଯ୍ୟଦିଟ ଉପରେ ୨୫ ଲକ୍ଷ ଜରିମାନା ଲାଗିଛି । ମଧ୍ୟପ୍ରଦେଶର ଗରହା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଗୁନା, ଗୋଆ ଷ୍ଟେଟ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ, ପାଣାଜୀ ଉପରେ ଆରବିଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କକରାଯାଇଛି । ମୋଟ ୮ଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆରବିଆଇ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଲକ୍ଷେ୍ନø ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ, ସିତାପୁର ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଉପରେ ଆରବିଆଇ ଝଟକା ଲାଗିଥିଲା ।

Get real time updates directly on you device, subscribe now.