fbpx

କରୋନା ପରେ ଚୀନରୁ ଚିହ୍ନଟ ହେଲା Zoonotic Langya ଭାଇରସ୍: ୩୫ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରକୋପ ଶାନ୍ତ ପଡ଼ିନଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଭାଇରସ୍ । ଚୀନରେ Zoonotic Langya ଭାଇରସ୍ ଚିହ୍ନଟ ହୋଇଥିବା ବେଳେ ଏଥିରେ ପ୍ରାୟ ୩୫ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ତାଇୱାନର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) କହିଛି ଯେ, ଭାଇରସ୍ ଚିହ୍ନଟ କରିବା ଏବଂ ଏହାର ବିସ୍ତାର ଉପରେ ନଜର ରଖିବା ପାଇଁ ତାଇପେଇ ଏକ ନ୍ୟୁକ୍ଲିୟିକ୍ ଏସିଡ୍ ପରୀକ୍ଷା ପଦ୍ଧତି ପ୍ରତିଷ୍ଠା କରିବ, ଯାହାକି ମିଡିଆ ରିପୋର୍ଟରେ ଦର୍ଶାଯାଇଛି ।

ରିପୋର୍ଟ ଅନୁସାରେ, ଚୀନର ଶାଣ୍ଡୋଙ୍ଗ ଏବଂ ହେନାନ ଅଞ୍ଚଳରେ ମିଳିଥିବା ଲଙ୍ଗିଆ ହେନିପାଭାଇରସ୍ ଏହା ପଶୁମାନଙ୍କଠାରୁ ମଣିଷକୁ ସଂକ୍ରମିତ କରିପାରିବ । ତାଇୱାନର ସିଡିସି ଡେପୁଟି ଡାଇରେକ୍ଟର ଜେନେରାଲ ଚୁଆଙ୍ଗ ଜେନ-ହିସିଆଙ୍ଗ ରବିବାର ଦିନ କହିଛନ୍ତି ଯେ, ‘ଏକ ଅଧ୍ୟୟନ ଅନୁସାରେ, ମଣିଷଠାରୁ ମଣିଷ ସଂକ୍ରମଣର ରିପୋର୍ଟ ଏପର୍ଯ୍ୟନ୍ତ ମିଳିନାହିଁ । ମଣିଷ ମଧ୍ୟରେ ସଂକ୍ରମିତ ଏବଂ ଭାଇରସ୍ ବିଷୟରେ ଅଧିକ ଧ୍ୟାନ ଦେବାକୁ ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ ।’

ଘରୋଇ ପଶୁମାନଙ୍କ ଉପରେ କରାଯାଇଥିବା ସିରୋଲୋଜିକାଲ୍ ସର୍ଭେର ସବିଶେଷ ତଥ୍ୟ ପ୍ରଦାନ କରି ସେ କହିଛନ୍ତି ଯେ, ପରୀକ୍ଷାରେ ଛେଳିର ୨ ପ୍ରତିଶତ ଏବଂ ପରୀକ୍ଷିତ କୁକୁରମାନଙ୍କ ମଧ୍ୟରୁ ୫ ପ୍ରତିଶତ ପଜିଟିଭ ଥିବା ଜଣାପଡିଛି । ୨୫ ଟି ବଣୁଆ ଜନ୍ତୁ ପ୍ରଜାତିର ପରୀକ୍ଷଣ ଫଳାଫଳରୁ ଜଣାପଡିଛି ଯେ ସ୍କ୍ରୁ (ମୂଷା ସଦୃଶ ଏକ କ୍ଷୁଦ୍ର କୀଟନାଶକ ସ୍ତନ୍ୟପାୟୀ ପ୍ରାଣୀ) ଲଙ୍ଗିଆ ହେନିପାଭାଇରସର ଏକ ପ୍ରାକୃତିକ ଭଣ୍ଡାର ହୋଇପାରେ । କାରଣ ଏହି ବିଷୟମରେ ଭାଇରସ୍ ୨୭% ଅଂଶରେ ମିଳିଥିଲା ବୋଲି ସିଡିସି ଡେପୁଟି ଡିଜି କହିଛନ୍ତି ।

ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶ ପାଇଛ କି, “A Zoonotic Henipavirus in Febrile Patients in China”ର ଏକ ଅଧ୍ୟୟନରେ କୁହାଯାଇଛି ଯେ ଚୀନରେ ଜ୍ୱର ସୃଷ୍ଟି କରୁଥିବା ମାନବ ରୋଗ ସହିତ ଜଡିତ ଏକ ନୂଆ ହେନିପାଭାଇରସ୍ ଚିହ୍ନଟ ହୋଇଛି ।

ଏହି ରିସର୍ଚ୍ଚରେ ଚୀନର ଶାଣ୍ଡୋଙ୍ଗ ଏବଂ ହେନାନ ଅଞ୍ଚଳରେ ପ୍ରାୟ ୩୫ ଜଣ ରୋଗୀ ଲାଙ୍ଗିଆ ହେନିପାଭାଇରସରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିବା ବେଳେ ସେମାନଙ୍କର କୌଣସି ସାଧାରଣ ଏକ୍ସପୋଜ ହିଷ୍ଟ୍ରି ମଧ୍ୟ ନାହିଁ । ୨୬ ଜଣ ରୋଗୀଙ୍କଠାରେ ଜ୍ୱର, ଥକାପଣ, କାଶ, ଭୋକ ନହେବା, ମାଂସପେଶୀ ଯନ୍ତ୍ରଣା, ବାନ୍ତି, ମୁଣ୍ଡବିନ୍ଧା ଏବଂ ବାନ୍ତି ଭଳି ଲକ୍ଷଣ ଦେଖିବାକୁ ମିଳିଛି । କମ୍ ପ୍ଲାଲେଟ୍ ଗଣନା, ଲିଭର ଫେଲ୍ ଏବଂ କିଡନୀ ଫେଲ୍ ଆଦି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.