fbpx

ଖରାରେ ପନିପରିବା ଦରରେ ନଜର ରଖିବ RBI, ମହଙ୍ଗାକୁ ନେଇ ପ୍ରକଟ କଲେ ଚିନ୍ତା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ କହିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କ ଖରାରେ ପନିପରିବାର ଦର ଉପରେ ବିଶେଷ ନଜର ରଖିବ । ଆରବିଆଇ ମହଙ୍ଗା ଦରକୁ ୪ ପ୍ରତିଶତ ପାଖାପାଖି ରଖିବାକୁ ଚାହୁଁଛି । ପାଣିପାଗ ବିଭାଗ ଚେତାବନୀ ଜାରି କରିଥିଲା ଯେ, ଚଳିତ ବର୍ଷ ବହୁତ ଗରମ ପଡୁଛି ।

ମୁଦ୍ରା ନୀତି ସମୀକ୍ଷା ସମିତିର ବୈଠକ ପରେ ପ୍ରେସ କନଫରେନ୍ସକୁ ସମ୍ବୋନ୍ଧୀତ କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଆରବିଆଇର ମୁଖ୍ୟ ଉଦ୍ଦେଶ୍ୟ ମହଙ୍ଗା ଦରକୁ ୪ ପ୍ରତିଶତ ରଖିବାକୁ କହିଛନ୍ତି । ପାଣିପାଗ ବିଭାଗର ଚେତାବନୀ ପରେ ମହଙ୍ଗା ଦରକୁ ନିୟନ୍ତ୍ରିତ ରଖିବା ଚ୍ୟାଲେଞ୍ଜିଂ ପ୍ରମାଣିତ ହୋଇପାରେ । ସେ କହିଛନ୍ତି ଯେ, ତେଣୁ ଆମକୁ ଅନେକ ଫସଲ ସମେତ ପନିପରିବା ଉପରେ ନଜର ରଖିବାକୁ ପଡିବ । ପାଣିପାଗ ବିଭାଗ ଜୁନ ମାସ ପର୍ଯ୍ୟନ୍ତ ହିଟ ୱେଭ ଚାଲିବାର ଚେତାବନୀ ଜାରି କରିଛି ।

Get real time updates directly on you device, subscribe now.