fbpx

ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି: ବିଦାୟ ନେବ ୨୦୦୦ ଟଙ୍କିଆ ନୋଟ୍‌, ଜାଣନ୍ତୁ ଆପଣଙ୍କ ପାଖରେ ଥିବା ନୋଟ୍‌ର କ’ଣ ହେବ

Advertisement

ନୂଆଦିଲ୍ଲୀ: ବଜାରରୁ ବିଦାୟ ନେବ ୨୦୦୦ ଟଙ୍କିଆ ନୋଟ୍ । ଆଗକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ୨୦୦୦ ଟଙ୍କିଆ ନୋଟ୍ ଜାରି କରିବ ନାହିଁ । ତେବେ ଲୋକମାନଙ୍କ ପାଖରେ ଥିବା ଏହି ଦୁଇ ହଜାର ଟଙ୍କିଆ ନୋଟ୍ ୨୩ ମେ ରୁ ୩୦ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କ ମାନଙ୍କରେ ବଦଳାଇପାରିବେ । ତଥାପି, ଏହା ଆଇନଗତ ଭାବରେ ଟେଣ୍ଡର ଜାରି ରହିବ। ଏହାର ଅର୍ଥ ହେଉଛି ଯଦି କାହାର ଦୁଇ ହଜାର ଟଙ୍କା ନୋଟ୍ ଥାଏ, ତେବେ ଏହା ବୈଧ ଅଟେ । ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଆରବିଆଇ ଏହା ନିଶ୍ଚିତ କରିଛି।

ଏହି ନିଷ୍ପତିକୁ ନେଇ ଆରବିଆଇ କହିଛି ଯେ, କ୍ଲିନ୍ ନୋଟ୍ ପଲିସି ଅନୁଯାୟୀ ଏହି ନୋଟ୍‌କୁ ଫେରାଇ ନିଆଯାଉଛି । ଆରବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଥରକେ ଜଣେ ବ୍ୟକ୍ତି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ୍ ବଦଳାଇ ପାରିବେ । ବ୍ୟାଙ୍କର ଅନ୍ୟାନ୍ୟ କାର୍ଯ୍ୟ ପ୍ରଭାବିତ ନକରିବାକୁ ଆରବିଆଇ ଏହି ନିଷ୍ପତି ନେଇଛି ।

ଉଲ୍ଲେଖଯୋଗ୍ୟ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନୋଟ୍‌ବନ୍ଦି ଘୋଷଣା କରିବା ପରେ ଦୁଇ ହଜାର ଟଙ୍କିଆ ନୋଟ୍ ବଜାରକୁ ଆସିଥିଲା। ତେବେ ବଜାରକୁ ଦୁଇ ହଜାର ଟଙ୍କିଆ ଆସିବା ପରେ ଏହାର ନେଣଦେଣ କମିବାରେ ଲାଗିଥିଲା ଏବଂ ଅନେକ ଏଟିଏମ୍‌ରେ ମଧ୍ୟ ଦୁଇ ହଜାର ଟଙ୍କିଆ ନୋଟ୍ ଗାଏବ ହୋଇଯାଇଥିଲା । ଏବେ ରିଜର୍ଭ ବ୍ୟାଙ୍କ ଫେରାଇ ନେବାକୁ ନିଷ୍ପତି ନେଇଛି ।

ଆରବିଆଇ ଅନୁଯାୟୀ, ମାର୍ଚ୍ଚ ୨୦୧୭ ପୂର୍ବରୁ ଜାରି କରାଯାଇଥିବା ୨,୦୦୦ ଟଙ୍କିଆ ନୋଟର ୮୯ ପ୍ରତିଶତରୁ ଅଧିକ ସେମାନଙ୍କ ଜୀବନ ଚାରି ରୁ ପାଞ୍ଚ ବର୍ଷ ପୂରଣ କରିସାରିଛନ୍ତି। ମାର୍ଚ୍ଚ ୩୧, ୨୦୧୮ ସୁଦ୍ଧା ୬.୭୩ ଲକ୍ଷ କୋଟି ଟଙ୍କାର ୨,୦୦୦ ଟଙ୍କାର ନୋଟ ପ୍ରଚଳନ ହୋଇଥିଲା। ତେବେ ମେ ୩୧, ୨୦୨୩ ପର୍ଯ୍ୟନ୍ତ, କେବଳ ୩.୬୨ ଲକ୍ଷ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରଚଳନ ହେଉଛି, ଯାହା ମୋଟ ନୋଟ୍ ପ୍ରଚାରର ମାତ୍ର ୧୦.୮ ପ୍ରତିଶତ ଅଟେ।

ଏହି ନିଷ୍ପତି ସହିତ ଆରବିଆଇ ଦୁଇ ହଜାର ଟଙ୍କିଆ ନୋଟ୍ ଜାରି କରିବା ବନ୍ଦ କରିବାକୁ ବ୍ୟାଙ୍କଗୁଡିକ ପରାମର୍ଶ ଦେଇଛନ୍ତି। ଆରବିଆଇ ବ୍ୟାଙ୍କଗୁଡ଼ିକୁ ଏକ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ଯେ, ବର୍ତ୍ତମାନ ବ୍ୟାଙ୍କ କିମ୍ବା ସେହି ବ୍ୟାଙ୍କର ଏଟିଏମ୍ ସାଧାରଣ ଲୋକଙ୍କୁ ଏଟିଏମ୍ କିମ୍ବା ନଗଦ ଟଙ୍କା ଉଠାଇବାରେ ଦୁଇ ହଜାର ଟଙ୍କା ନୋଟ୍ ଦେବ ନାହିଁ। ଏହା ସହିତ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଗ୍ରାମାଞ୍ଚଳ, ଦୁର୍ଗମ ଅଞ୍ଚଳରେ ଯେଉଁଠାରେ ବ୍ୟାଙ୍କ ନାହିଁ, ବ୍ୟାଙ୍କଗୁଡିକ ଆବଶ୍ୟକ ସ୍ଥଳେ ମୋବାଇଲ୍ ଭ୍ୟାନ୍ ସାହାଯ୍ୟରେ ଲୋକଙ୍କୁ ନୋଟ୍ ବିନିମୟ କରିବାରେ ସାହାଯ୍ୟ କରିପାରିବେ।

ଆରବିଆଇ ଏହାର ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ଏହି କାରବାରରେ ଦୁଇ ହଜାର ଟଙ୍କିଆ ନୋଟ୍ ଅଧିକ ବ୍ୟବହାର କରାଯାଇ ନାହିଁ। ଏଥି ସହିତ, ଲୋକଙ୍କ ନଗଦ ଆବଶ୍ୟକତା ପୂରଣ ପାଇଁ ୧୦୦, ୨୦୦ ଏବଂ ୫୦୦ ଟଙ୍କାର ନୋଟଗୁଡିକର ପର୍ଯ୍ୟାପ୍ତ ଷ୍ଟକ୍ ଅଛି। ଆରବିଆଇ ଅନୁଯାୟୀ, ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟରେ ପର୍ଯ୍ୟାପ୍ତ ପରିମାଣର ନୋଟ୍ ପାଇବା ପରେ ୨,୦୦୦ ଟଙ୍କିଆ ନୋଟ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ପୂରଣ ହୋଇଥିଲା। ତେଣୁ ୨୦୧୮-୧୯ ବର୍ଷରେ, ଦୁଇ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରାଯାଇଥିଲା।

Get real time updates directly on you device, subscribe now.