fbpx

RBI ଲଞ୍ଚ କରିବ ନୂଆ ପେମେଣ୍ଟ ସିଷ୍ଟମ ‘LPPS’: ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧ ପରିସ୍ଥିତି ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ

Advertisement

ନୂଆଦିଲ୍ଲୀ: ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନେକ ସମୟରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ଖୁବଶୀଘ୍ର ଆରବିଆଇ ଏକ ନୂଆ ପେମେଣ୍ଟ ସିଷ୍ଟମ ଲାଗୁ କରିବାକୁ ଯାଉଛି । କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଲାଇଟ୍ ୱେଟ ଆଣ୍ଡ ପୋର୍ଟେବଲ ପେମେଣ୍ଟ ସିଷ୍ଟମ (ଏଲପିଏସଏସ) ଉପରେ ପ୍ରସ୍ତୁତି ଚାଲିଛି ।

ଏଲପିଏସଏସ ପେମେଣ୍ଟ ସିଷ୍ଟମ ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧକାଳୀନ ପରିସ୍ଥିତି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିପଦ ସମୟରେ ଏହା ଅର୍ଥ ନେଣଦେଣ କ୍ଷେତ୍ରରେ ସହାୟତା ପ୍ରଦାନ କରିବ । ପାରମ୍ପରିକ ଟେକନିକ ଠାରୁ ଏହି ନୂଆ ଟେକନିକ ବହୁତ ସ୍ୱତନ୍ତ୍ର ହେବ । ତେବେ ସବୁଠାରୁ ବଡ଼କଥା ହେଉଛି କିଛି ସ୍ୱତନ୍ତ୍ର କର୍ମଚାରୀ ଏହି ଟେକନିକକୁ ଅପରେଟ୍ କରିପାରିବେ ।

ପେମେଣ୍ଟ ନେଣଦେଣ ପାଇଁ ବର୍ତ୍ତମାନ ସମୟରେ ରିଅଲ ଟାଇମ୍ ଗ୍ରସ ସେଟଲମେଣ୍ଟ (ଆରଟିଜିଏସ), ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର (ନିଫ୍ଟ) ଓ ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ)ର ବହୁଳ ବ୍ୟବହାର କରାଯାଉଛି । ତେଣୁ ଏହିସବୁ ପେମେଣ୍ଟ ସିଷ୍ଟମକୁ କିପରି ବଡ଼ ଧରଣର ପେମେଣ୍ଟ କରାଯାଇ ପାରିବ ସେନେଇ ଏଲପିଏସଏସକୁ ବିକଶିତ କରାଯାଉଛି । ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ଏଲପିଏସଏସକୁ ଡିଜାଇନ କରାଯାଇଛି । ଆବଶ୍ୟକ ପଡ଼ିଲେ ଏହାକୁ ଆକ୍ଟିଭ କରାଯିବ । ସରକାର ଓ ବଜାର ସମ୍ବନ୍ଧିତ ନେଣଦେଣ ଓ ଅର୍ଥବ୍ୟବସ୍ଥାର ସ୍ଥିରତାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.