ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ RCBର କ୍ୟାପ୍ଟେନ, ଆଇପିଏଲରେ ରଚିଲେ ଇତିହାସ

ରଜତ ପଟିଦାର ଆଇପିଏଲରେ ରଚିଲେ ଇତିହାସ, ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁର ଟିମ କମାଲ ଲକ୍ଷ୍ୟରେ ନଜର ଆସୁଛି। ରଜତ ପଟିଦାର ନିଜ ଅଧିନାୟକତ୍ୱରେ କମାଲ ପଦର୍ଶନ କରିଛନ୍ତି।

ଏହାରି ମଧ୍ୟରେ ସେ ଆଉ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ରଜତ ଆଇପିଏଲରେ ସଚିନ ତେନ୍ଦୁଲକରଙ୍କ ବଡ଼ ରକେର୍ଡକୁ ପଛରେ ପକାଇଛନ୍ତି।

ଇଣ୍ଡିଆଲ ପ୍ରିମିୟର ଲିଗରେ ସେ ବର୍ତ୍ତମାନ ସବୁଠୁ ଅଧିକ ୧୦୦୦ ରନ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ନମ୍ବର ୧ରେ ଗୁଜରାଟ ଟାଇଟନ୍ସର ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ଅଛନ୍ତି।

ଆଇପିଏଲ ୨୦୨୫ର ୩୪ତମ ମୁକାବିଲାରେ ଆରସିବି ଏବଂ ପିବିକେଏସ ମଧ୍ୟରେ ଟକ୍କର ଥିଲା। ସେହି ମ୍ୟାଚରେ ରଜତ ପଟିଦାର ବଡ଼ ଉପଲବ୍ଧି ହାସଲ କରିଚନ୍ତି।

୩୦ ଇନିଂସରେ ୧୦୦୦ ରନ କରିଥିବାର ରେକର୍ଡ ସେ ନିଜ ନାମରେ କରିଛନ୍ତି। ଟିମ ଇଣ୍ଡିଆ ପାଇଁ ଆଇପିଏଲରେ ୧୦୦୦ ରନ କରିଥିବା ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ଥିଲେ, ସେ ୨୫ ଇନିଂସରେ ହିଁ ଏହି କାରନାମା କରିଥିଲେ।

ସାଇଙ୍କ ପରେ ଦ୍ୱିତୀୟ ସ୍ଥାନରେ ସଚିନ ତେନ୍ଦୁଲକର ଏବଂ ଋତୁରାଜ ଗାୟକ୍ୱାଡ ଥିଲେ। ସେମାନେ ୩୧ ଇନିଂସରେ ୧୦୦୦ ସଂଖ୍ୟା ଛୁଇଁଥିଲେ, ବର୍ତ୍ତମାନ ରଜତ ୩୦ ଇନିଂସରେ ଏହି ସଂଖ୍ୟା ଛୁଇଁବାରେ ସଫଳ ହୋଇଛନ୍ତି।