fbpx

Realme GT Neo 2ର ଓପନ ସେଲ୍ ଆଜିଠାରୁ ଆରମ୍ଭ: ୭ ହଜାର ଟଙ୍କା ଶସ୍ତା, ସୁପରଫାଷ୍ଟ ଚାର୍ଜିଂ

ନୂଆଦିଲ୍ଲୀ: ରିଅଲମି ଜିଟି ନିଓ ୨କୁ ଭାରତରେ ଚଳିତ ସପ୍ତାହରେ ଲଞ୍ଚ କରାଯାଇଛି । ଏହାର ଓପନ୍ ସେଲ୍ ଆଜିଠାରୁ ଆରମ୍ଭ ହୋଇଛି । ଫ୍ଲିପକର୍ଟର ବିଗ୍ ଦିୱାଲି ସେଲର ଏକ ଅଂଶ ଭାବେ ଫ୍ଲିପକର୍ଟ ପ୍ଲସ୍ ମେମ୍ବର୍ସଙ୍କ ପାଇଁ ଫୋନର ବିକ୍ରି ଆରମ୍ଭ କରାଯାଇଛି । ତେବେ ଅନ୍ୟ ସମସ୍ତ ଗ୍ରାହକଙ୍କ ପାଇଁ ଏହି ଫୋନ ଆଜି ରାତି ୧୨ଟାରୁ ଆରମ୍ଭ ହେବ ବୋଲି କୁହାଯାଇଛି ।

ଏହି ଫୋନର ଖାସ୍ କଥା ହେଉଛି କି, ଅଫର ପାଇଁ ଏହାକୁ ୭ ହଜାର ଟଙ୍କା ଶସ୍ତାରେ ପ୍ରଦାନ କରାଯାଉଛି । ୮ ଜିବି + ୧୨୮ ଜିବି ଭାରିଏଣ୍ଟ ପାଇଁ ୩୧,୯୯୯ ଓ ୧୨ ଜିବି + ୨୫୬ ଜିବି ଭାରିଏଣ୍ଟ ପାଇଁ ୩୫,୯୯୯ ଟଙ୍କା ରଖାଯାଇଥିଲା । ମାତ୍ର ସୀମିତ ସମୟ ପାଇଁ ଏହି ସ୍ମାର୍ଟଫୋନକୁ ଯଥାକ୍ରମେ ୨୪,୯୯୯ ଓ ୨୮,୯୯୯ ଟଙ୍କାରେ ଶସ୍ତାରେ ଗ୍ରାହକଙ୍କୁ ଯୋଗାଇ ଦିଆଯିବ । ତେବେ ଗ୍ରାହକଙ୍କ ପାଇଁ ନିଓ ଗ୍ରୀନ, ନିଓ ବ୍ଲାକ କଲର ଅପ୍ସନ ରହିଛି । ଏଥିରେ ୧୨ ଜିବି ପର୍ଯ୍ୟନ୍ତ ରାମ ସହିତ କ୍ୱାଲକମ ସ୍ନେପଡ୍ରାଗନ ୮୭୦ ପ୍ରୋସେସର ରହିଛି । ଏଥିସହ ଫୋନରେ ୭ ଜିବି ପର୍ଯ୍ୟନ୍ତ ଭର୍ଚୁଆଲ ମେମୋରିର ସପୋର୍ଟ ମଧ୍ୟ ରହିଛି । କନେକ୍ଟିଭିଟି ପାଇର୍ ଏହା ୫ଜି, ୪ଜି ଏଟିଇ, ୱାଇ-ଫାଇ, ବ୍ଲୁଟୁଥ, ଜିପିଏସ/ ଏ-ଜିପିଏସ, ଏଏସସି ଓ ୟୁଏସବି ଟାଇପ-ସିର ସପୋର୍ଟ ଦିଆଯାଇଛି । ଫୋନରେ ଇନ-ଡିସପ୍ଲେସ ଫିଙ୍ଗରପ୍ରିଣ୍ଟ ସେନସର, ଡୋଲବି ଅଟମୋସ୍, ଷ୍ଟିରିଓ ସ୍ପିକର୍ସ ମଧ୍ୟ ଦିଆଯାଇଛି । ଫଟୋଗ୍ରାଫି ପାଇଁ ୬୪ ଏମପି ପ୍ରାଇମେରି କ୍ୟାମେରା, ୮ ଏମପି ଅଲଟ୍ରା ୱାଇଡ ଏଙ୍ଗଲ କ୍ୟାମେରା ଓ ୨ ଏମପି ମାଇକ୍ରୋ କ୍ୟାମେରା ଦିଆଯାଇଛି । ଏହାଛଡ଼ା ସେଲଫି ପାଇଁ ଏହାର ଫ୍ରଣ୍ଟରେ ୧୬ ଏମପିର କ୍ୟାମେରା ରହିଛି । ତେବେ ଫୋନକୁ ମାତ୍ର ୩୬ ମିନିଟରେ ୦ରୁ ୧୦୦ ପ୍ରତିଶତ ଚାର୍ଜ କରାଯାଇପାରିବ ।

Get real time updates directly on you device, subscribe now.