fbpx

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ରିସର୍ଚ୍ଚ ଆସିଷ୍ଟାଣ୍ଟ, ଟେକ୍ନିସିଆନ, ଆଟେଣ୍ଡାଣ୍ଟ ପଦ ଖାଲି

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ରିସର୍ଚ୍ଚ ଆସିଷ୍ଟାଣ୍ଟ, ଟେକ୍ନିସିଆନ, ଲାବୋରେଟୋରୀ ଆଟେଣ୍ଡାଣ୍ଟ, ଲାବୋରେଟୋରୀ ଆସିଷ୍ଟାଣ୍ଟ ଗ୍ରେଡ-୨, ଇନସେକ୍ଟ କଲେକ୍ଟର, ଟେକ୍ନିସିଆନ, ଲାବୋରେଟୋରୀ ଟେକ୍ନିସିଆନ, ହେଲଥ ଇନ୍ସପେକ୍ଟର ଆଦି ପଦରେ ନିଯୁକ୍ତି ଦିଆଯିବ ।

ନଭେମ୍ବର ମାସ ୧୦ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୩୦ ତାରିଖରେ ସମାପ୍ତ ହେବ । ଡିସେମ୍ବର ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନରେ ପେମେଣ୍ଟ ଦାଖଲ କରିପାରିବେ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ପ୍ରାର୍ଥୀ ଦଶମ / ଦ୍ୱାଦଶ / ଡିପ୍ଲୋମା / ଡିଗ୍ରୀ (ପ୍ରାସଙ୍ଗିକ ଟ୍ରେଡ) ପାସ୍ କରିଥିବା ଆବଶ୍ୟକ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) / ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଥିବା ବେଳେ ଅନ୍ୟମାନଙ୍କ ପାଇଁ ୬୦୦ ଟଙ୍କା ରଖାଯାଇଛି । ପେମେଣ୍ଟ ଭିମ ୟୁପିଆଇ, ନେଟ ବ୍ୟାଙ୍କିଂ, ମାଷ୍ଟରକାର୍ଡ, ମାଇଷ୍ଟ୍ରୋ, ରୁପୋ କ୍ରେଡିଡର ଡେବିଟ କାର୍ଡ ଜରିଆରେ ଗ୍ରହଣ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://hlldghs.cbtexam.in/Home/index.html

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.mohfw.gov.in/

Get real time updates directly on you device, subscribe now.