fbpx

କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି: ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗରେ ବାହାରିଲା ଅନେକ ଚାକିରି

ସରକାରୀ ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ କିଛି ପଦରେ ଭିର୍ତ୍ତି ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଓଡ଼ିଶାର ପ୍ରାର୍ଥୀମାନେ ଓଡ଼ିଶାରେ ରହି ଏଥିରେ ଚାକିରି କରିପାରିବେ । ଓଡ଼ିଶାରେ ଥିବା ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ରିହାବିଲିଟେସନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ଏସଭିନିରତାର) ପକ୍ଷରୁ ଏହି ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି ।

ପ୍ରାର୍ଥୀଙ୍କୁ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର, ନର୍ସିଂ ସିଷ୍ଟର, ଷ୍ଟାଫ ନର୍ସ, କ୍ଲିନିକାଲ ସାଇକୋଲୋଜିଷ୍ଟ କମ୍ ଜୁନିୟର ଲେକଚର, ରେଡିଓଗ୍ରାଫର ଗ୍ରେଡ-୧, ଡେମନଷ୍ଟ୍ରେଟର, ପ୍ରୋଥେଟିଷ୍ଟ ଗ୍ରେଡ-୧, ଫିଜିଓଥେରାପିଷ୍ଟ, ଲାବୋରେଟୋରୀ ଟେକ୍ନିସିଆନ, ଟାଇପିଷ୍ଟ / କ୍ଲର୍କ (ଇଂରାଜୀ ଓ ହିନ୍ଦି), ଜୁନିୟର ଷ୍ଟୋର କିପର, ଇଲେକ୍ଟ୍ରିସିଆନ, ପ୍ଲାଷ୍ଟର ଟେକ୍ନିସିଆନ, କୁକ ଆଦି ୧୭ ପ୍ରକାର ପଦରେ ନିଯୁକ୍ତି ଦିଆଯିବ ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ପ୍ରାର୍ଥୀଙ୍କର କାର୍ଯ୍ୟ କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଜରୁରୀ । ଲିଖିତ ପରୀକ୍ଷା ପାଇଁ ୮୦ ପ୍ରତିଶତ ମାର୍କ, ଶିକ୍ଷାଗତ ଯୋଗ୍ୟତା ପାଇଁ ୧୦ ପ୍ରତିଶତ ମାର୍କ ଓ ଅଭିଜ୍ଞତା ପାଇଁ ୧୦ ପ୍ରତିଶତ ମାର୍କ ଦିଆଯିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ମୁତାବକ ବୟସ କୋହଳ କରାଯିବ । ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ଆବେଦନ ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ । ଆସନ୍ତା ୨୭ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ: https://svnirtar.nic.in/sites/default/files/recruitement/Recruitment%20Notice%20in%20Details.pdf

Get real time updates directly on you device, subscribe now.