fbpx

ଭୁବନେଶ୍ୱର କ୍ଷୁଦ୍ର ନିଯୁକ୍ତି ମେଳାରେ ୩୧୦ ଜଣଙ୍କୁ ନିଯୁକ୍ତି

Advertisement

ଭୁବନେଶ୍ୱର: ଦକ୍ଷତା ବିକାଶ କର୍ତୃପକ୍ଷ,ଓଡିଶାଙ୍କ ତରଫରୁ ଜିଲ୍ଲା ପ୍ରଶାସନ,ଖୋର୍ଦ୍ଧା ଆନୁକୂଲ୍ୟରେ ଗୁରୁବାର ଭୁବନେଶ୍ୱରସ୍ଥିତୟୁନିଟ-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ କ୍ଷୁଦ୍ର ନିଯୁକ୍ତି ମେଳା ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଭୁବନେଶ୍ୱର ସହ ଜଟଣୀ, ବାଲିଅନ୍ତା ଓ ବାଲିପାଟଣା ପଞ୍ଚାୟତ ସମିତି ଆଦି ଉପଖଣ୍ଡର ୪ଟି ପଞ୍ଚାୟତ ସମିତି ଅନ୍ତର୍ଗତବିଭିନ୍ନ ଶିକ୍ଷାଗତ ଯୋଗ୍ୟତା ଥିବା ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନଙ୍କ ନିମନ୍ତେ ଅନୁଷ୍ଠିତ ହୋଇଥିଲା ।

ଏହି ନିଯୁକ୍ତି ମେଳା ତଥା ପରାମର୍ଶ ଶିବିରରେ ୧୨ଟି ନିଯୁକ୍ତିପ୍ରଦାନକାରୀ ସଂସ୍ଥାମାନେ ଯୋଗଦେଇଥିଲେ । ଏହା ବ୍ୟତୀତ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ୫ଟି ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଯୋଗଦେଇଥିଲେ । ଶିବିରରେ ମୋଟ ୪୩୭ ଜଣ ପ୍ରାର୍ଥୀମାନେ ସେମାନଙ୍କର ନାମ ପଞ୍ଜୀକରଣ କରିଥିଲେ । ତନ୍ମଧ୍ୟରୁ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାମାନେ ୩୧୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଚୟନ କରିଥିବା ବେଳେ ୭୫ ଜଣଙ୍କୁ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇଛି ।

ଏହି ନିଯୁକ୍ତି ମେଳା ତଥା ପରାମର୍ଶ ଶିବିରକୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଗନ୍ତ କୁମାର ରାଉତରାୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବ୍ଲକ ବିଡିଓ ସମ୍ପଦ କୁମାର ଦଳାଇ, ଆଞ୍ଚଳିକ ନିର୍ଦ୍ଦେଶକ (ନିୟୋଜନ), ଭୁବନେଶ୍ୱର ବିଜୟ କୁମାର ପାତ୍ର, ଉପ-କାର୍ଯ୍ୟନିର୍ବାହୀ ଅଧିକାରୀ, ଓରମାସ ଗୁଣ୍ଡିଚା ବେହେରା ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପଠାଣି ରାଉତ ପ୍ରମୁଖ ଯୋଗଦେଇ ନିଯୁକ୍ତି ପାଉଥିବା ଏବଂ ପ୍ରଶିକ୍ଷଣ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ ।

Get real time updates directly on you device, subscribe now.