fbpx

ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ ଲାଲ୍ ଲଙ୍କା, ହୋଇପାରେ କ୍ୟାନ୍ସରର କାରଣ

ଲୋକମାନେ ସ୍ୱାଦ ଅନୁସାରେ ଖାଦ୍ୟ ପସନ୍ଦ କରିଥାନ୍ତି । ରାଗ ଖାଇବା କିଛି ଲୋକଙ୍କୁ ଖୁବ୍ ପସନ୍ଦ ।ସୌଖୀନ୍ ଲୋକମାନେ ନିଜ ପସନ୍ଦ ମୁତାବିକ୍ ଖାଦ୍ୟ ଚୟନ କରିଥାନ୍ତି । ସ୍ୱାଦିଷ୍ଟ ଖାଇବାରେ ଅଭ୍ୟସ୍ତ ଥିବା ଲୋକମାନେ ବେଳେ ବେଳେ ଆବଶ୍ୟକଠାରୁ ଅଧିକ ରାଗ ଖାଇଦେଇଥାନ୍ତି । ସେମାନେ ଖାଦ୍ୟପଦାର୍ଥରେ ଆବଶ୍ୟକଠାରୁ ଅଧିକ ଲଙ୍କା ଗୁଣ୍ଡର ବ୍ୟବହାର କରିଥାନ୍ତି । ଏହାର ପରିଣତି ଖୁବ୍ ବିପଦଜନକ ହୋଇପାରେ । ଖାଦ୍ୟକୁ ରାଗ କରିବା ପାଇଁ ସାଧାରଣତଃ ଆମେ ଲାଲ୍ ଲଙ୍କାର ବ୍ୟବହାର କରିଥାଉ । ଏହା ଶରୀର ପାଇଁ କ୍ଷତିକାରକ ।

– ଆଜମା ରୋଗୀଙ୍କ ପାଇଁ ଲାଲ୍ ଲଙ୍କା ଖୁବ୍ ହାନିକାରକ । ଯଦି ଆପଣ ନିୟମିତ ଅଧିକ ଲାଲ୍ ଲଙ୍କା ଖାଉଥାନ୍ତି, ତେବେ ଆଜମା ସମସ୍ୟା ବଢିଯାଇପାରେ । ଏପରିକି ଆଜମା ଆଟାକର ଆଶଙ୍କା ବହୁ ମାତ୍ରାରେ ବଢିପାରେ ।

– ଆପଣ ଆବଶ୍ୟକଠାରୁ ଅଧିକ ଲାଲ୍ ଲଙ୍କା ଖାଉଥାନ୍ତି ତେବେ ପାଚନ ତନ୍ତ୍ରରେ ସମସ୍ୟାଆସିପାରେ, ଯାହା ଫଳରେ ପୋଷକ ତତ୍ତ୍ୱର ଅଭାବ ହୋଇଥାଏ ।

– ବାରମ୍ବାର ଲାଲ୍ ଲଙ୍କା ଖାଇବା ଦ୍ୱାରା ବାନ୍ତି ହେବାର ଆଶଙ୍କା ବଢିଥାଏ ।

– ମାତ୍ରାଧିକ ଲାଲ୍ ଲଙ୍କା ଖାଇବା ଦ୍ୱାରା ଆଫ୍ଲାଟ୍କ୍ସିନ୍ ତତ୍ତ୍ୱ ପେଟ ଓ ଲିଭ?ର୍ରେ କର୍କଟର କାରଣ ସାଜିପାରେ । ତେଣୁ ଅଧିକ ମାତ୍ରାର ଲାଲ୍ ଲଙ୍କା ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଓ କବ୍ଚର ସମସ୍ୟା ଆସିପାରେ ।

– ଯଦି ଆପଣ ଗର୍ଭବତୀ । ତେବେ ଲାଲ୍ ଲଙ୍କାଠାରୁ ଯଥାସମ୍ଭବ ଦୂରେଇ ରହିବା ଜରୁରି ।

Get real time updates directly on you device, subscribe now.