fbpx

Xiaomi କମ୍ପାନୀ ପକ୍ଷରୁ ଘୋଷଣା: ଜୁଲାଇ ୨୯ରେ ଭାରତରେ ଲଞ୍ଚ ହେବ Redmi Pad Pro 5G ଟାବଲେଟ୍

ନୂଆଦିଲ୍ଲୀ: ଜୁଲାଇ ୨୯ ତାରିଖରେ ଭାରତରେ ସାଓମିର ରେଡମୀ ପ୍ୟାଡ ପ୍ରୋ ୫ଜି ଲଞ୍ଚ ହେବ । ଏହା ଏକ ପାୱାରଫୁଲ ଟାବଲେଟ୍ ହୋଇଥିବା ବେଳେ ଏଥିରେ ଅନେକ ଦମଦାର ଫିଚର୍ସ ରିହଛି । ଏଥିରେ ଏସ ପେନର ସପୋର୍ଟ ମିଳିବା ସହିତ କୀବୋର୍ଡର ସପୋର୍ଟ ମଧ୍ୟ ମିଳିବ । କମ୍ପାୀ ଏହା ପୂର୍ବରୁ ଏହାକୁ ଗ୍ଲୋବାଲ ମାର୍କେଟରେ ଲଞ୍ଚ କରିସାରିଛି । ଏଥିରେ ୧୦,୦୦୦ ଏମଏଏଚର ବ୍ୟାଟେରୀ ଓ ୩୩ଡବ୍ଲ୍ୟୁର ୱାୟର ଚାର୍ଜିଂ ସପୋର୍ଟ ମିଳିବ ।

ଭାରତରେ ଲଞ୍ଚ ହେବାକୁ ଥିବା ରେଡମୀ ପ୍ୟାଡ ପ୍ରୋ ୫ଜି ହେଉଛି ସାଓମିର ଏକ ନୂଆ ପ୍ରଡକ୍ଟ । ଜୁଲାଇ ୨୯ ତାରିଖରେ ଏହା ଭାରତରେ ଲଞ୍ଚ ହେବା ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଟାବଲେଟର ସ୍ପେସିଫିକେସନକୁ ନେଇ କମ୍ପାନୀ ଗ୍ଲୋବାଲ ମାର୍କେଟରେ ଖୁଲାସା କରିସାରିଥିବା ବେଳେ ଏଥିରେ ବଡ଼ ସ୍କ୍ରିନ, ଦମଦାର ପ୍ରୋସେସର ଓ ଅନେକ ବଢ଼ିଆ ଫିଚର୍ସ ରହିଛି । ଏନେଇ ସାଓମି ଇଣ୍ଡିଆର ମାର୍କେଟ ଓ ପିଆର ଆସୋସିଏଟ ଡାଇରେକ୍ଟର ସନ୍ଦୀପ ଶର୍ମା ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି ।

ରେଡମୀ ପ୍ୟାଡ ପ୍ରୋ ୫ଜିରେ ୧୨.୧ ଇଞ୍ଚର ଡିପ୍ଲେ ଦିଆଯାଇଛି, ଯାହାକି ୧୨୦ଏଚଜେଡ ଆଡପ୍ଟିଭସିଙ୍କ ରିଫ୍ରେଶ ରେଟସ ଓ ୨୪୯ପିପିଆଇ ସହିତ ଆସିବ । ଏଥିରେ ୬୦୦ ନିଟ୍ସର ପୀକ ବ୍ରାଇଟନେଟ ମିଳିବ । ଏଥିରେ ଗୋରିଲା ଗ୍ଲାସ ୩ ପ୍ରୋଟେକ୍ସନ ଦିଆଯାଇଛି । ଏଥିରେ ସ୍ନାପଡ୍ରାଗନ ୭ଏସ ଜେ ୨ ଚିପସେଟର ବ୍ୟବହାର କରାଯାଇଛି । ଏଥିସହିତ ୮ଜିବି ରାମ ଓ ୨୫୬ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯିବ । ଏଥିସହିତ ଏଥିରେ ୧.୫ ଟିବି ପର୍ଯ୍ୟନ୍ତ ମାଇକ୍ରୋଏସଡି କାର୍ଡ ଲଗାଯାଇ ପାରିବ । ଥରେ ଏହାକୁ ଚାର୍ଜ କଲେ ୧୨ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ପ୍ଲେବ୍ୟାକ ଟାଇମ ଦିଆଯିବ ବୋଲି ବ୍ୟାଟେରୀ ବ୍ୟାକଅପକୁ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.