fbpx

REET Paper Leak ଖୁଲାସା: ଚପଲରେ ଲୁଚାଇ ନେଇଥିଲେ ଇଲେକ୍ଟ୍ରୋନିକ୍ ଡିଭାଇସ୍, ଚଳନ୍ତା ବସରେ ଦିଆଯାଇଥିଲା ଟ୍ରେନିଂ

ନୂଆଦିଲ୍ଲୀ: ରାଜସ୍ଥାନରେ ହୋଇଥିବା ରିଟ୍ ପେପର ଲିକ୍ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଦ୍ଦାଫାସ୍ ହୋଇଛି । ଅଭିଯୁକ୍ତମାନେ ଚପଲରେ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଲୁଚାଇ ନେଇଥିଲେ । କେବଳ ଏତିକି ନୁହେଁ, ସେମାନଙ୍କ ପାଇଁ ବସର ସୁବିଧା ମଧ୍ୟ କରାଯାଇଥିଲା । କିପରି ସମସ୍ତଙ୍କୁ ବୋକା ବନାଇ ଘୋଟାଲା କରାଯିବ, ସେନେଇ ଚଳନ୍ତା ବସରେ ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ ଦିଆଯାଇଥିଲା । ପୂର୍ବରୁ ବିକାନେର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଥିବା ବେଳେ ଦିନକୁ ଦିନ ଏହି ଘଟଣାରେ ନୂଆ ନୂଆ ତଥ୍ୟ ଖୁଲାସା ହେଉଛି ।

ତେବେ ଏହି ନକଲି ଖେଳରେ ସାମିଲ୍ ଥିବା ଗଙ୍ଗାଶହର ଥାନା ପୋଲିସ ଏଥିରେ ସାମିଲ୍ ଥିବା ରାକେଶ ଜାଟକୁ ଗିରଫ କରିଛି । ରାକେଶ ମୁଖ୍ୟ ଅଭିଯୁକ୍ତ ତୁଲସୀରାମ କାଲେରର ସହଯୋଗୀ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ତେବେ ଚିଟିଂ କରିବା ପାଇଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପୂର୍ବରୁ ଏକ ଟ୍ରେନିଂ ସେସନର ଆୟୋଜନ କରାଯାଇଥିଲା । ଗତ ସେପ୍ଟମ୍ବର ୨୫ରେ ରାକେଶ ଏକ ବସକୁ ଭଡ଼ାରେ ଆଣିଥିଲା । ପରେ ପରୀକ୍ଷାର୍ଥୀମାନେ ବସରେ ଜୟପୁର ରୋଡ଼ରେ ଯିବା ସମୟରେ ମୁଖ୍ୟ ଅଭିଯୁକ୍ତ ତୁଳସୀରାମ ମଧ୍ୟ ବସରେ ଚଢ଼ିଥିଲା । ସେହି ସମୟରେ ବସ ଭିତରେ ସମସ୍ତ ଘୋଟାଲାର ପ୍ରିଟ୍ରେନିଂ ଦିଆଯାଇଥିଲା ।

Get real time updates directly on you device, subscribe now.