fbpx

୨୮ଟି ନୂଆ ଜିଲ୍ଲା ଗଠନ ଦାବୀ ପ୍ରସଙ୍ଗ, ମନ୍ତ୍ରୀ କହିଲେ ଉପଯୁକ୍ତ ସମୟରେ ସରକାର ଉପଯୁକ୍ତ ପଦକ୍ଷେପ ନେବେ

ଭୁୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସମୟରେ ନୂଆ ଜିଲ୍ଲା ଗଠନ ନେଇ ସ୍ଥାନୀୟ ନେତା ତଥା ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ ଉଠିଛି । ତେବେ ଏ ସଂପର୍କରେ ଆଜି ବିଧାନସଭା ଅଧିବେଶନ ସମୟରେ ଗୃହରେ ଆଲୋଚନା ହୋଇଛି । ଏ ବିଷୟରେ ଆଜି ବିଧାନସଭାରେ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଦାବୀ କରାଯାଇଥିବା ଏହିସବୁ ନୂଆ ଜିଲ୍ଲା ମଧ୍ୟରେ ପଦ୍ମପୁର, ଧର୍ମଗଡ, କଣ୍ଟାବାଞ୍ଜି ସହିତ ୨୮ଟି ନୂଆ ଜିଲ୍ଲା ପାଇଁ ଦାବୀ ହୋଇଛି ।

ମୟୁରଭଞ୍ଜରେ ୪ ଟି ନୂଆ ଜିଲ୍ଲା ପାଇଁ ଦାବୀପତ୍ର ମିଳିିଛି ବୋଲି ଜଣାଯାଇଛି । ଏମାନଙ୍କ ମଧ୍ୟରେ ରହିଛି ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର, ଖିଚିଂ, କରଞ୍ଜିଆ । ସେହିପରି ଗଞ୍ଜାମରୁ ମଧ୍ୟ ୪ଟି ନୂଆ ଜିଲ୍ଲା ପାଇଁ ଦାବୀପତ୍ର ମିଳିଛି । ସେଗୁଡିକ ହେଉଛି ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର ଓ ଭଂଜନଗର । ସେହିପରି ବଲାଙ୍ଗୀରରେ ଟିଟିଲାଗଡ,କଣ୍ଟାବାଞ୍ଜି, ପାଟଣାଗଡ ଜିଲ୍ଲା ପାଇଁ ଦାବୀ ଉଠିଛି । ଏ ବାବଦରେ ଗୃହରେ ଉତ୍ତର ରଖି ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଉପଯୁକ୍ତ ସମୟରେ ସରକାର ଉପଯୁକ୍ତ ପଦକ୍ଷେପ ନେବେ ।

Get real time updates directly on you device, subscribe now.