fbpx

ରଜରେ ଋଷିବ ମୌସୁମୀ!; ଲୋକଙ୍କୁ କଲବଲ କରିବ ଗୁଳୁଗୁଳି

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଆଗାମୀ ପାଞ୍ଚଦିନ ଅସହ୍ଯ ଗୁଳୁଗୁଳି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା । ବର୍ତ୍ତମାନ ମାଲକାନଗିରି, କୋରାପୁଟରେ ପ୍ରବେଶ କରିଛି ମୌସୁମୀ ବାୟୁ । ଅନ୍ୟ ଅଞ୍ଚଳକୁ ୩ରୁ ୪ ଦିନରେ ଅଗ୍ରସର ହୋଇପାରେ ମୌସୁମୀ ବାୟୁ ।

ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍‌ୱେଭ୍ ୱାର୍ଣ୍ଣିଂ କରାଯାଇଛି । ରଜ ତିନି ଦିନରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ଗୁଳୁଗୁଳି ।

Get real time updates directly on you device, subscribe now.