ଆରମ୍ଭ ହୋଇଯାଇଛି CISF ଅ।ସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦ ପାଇଁ ଆବେଦନ , ଜାଣନ୍ତୁ କେମିତି କରିବେ ଆପ୍ଲାଏ ଓ କ’ଣ ରହିଛି ଯୋଗ୍ୟତା
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢ଼ିଙ୍କ ପାଇଁ କେନ୍ଦ୍ରୀୟ ପ୍ରଶାସନିକ ସେବା ଆଣିଛି ବଡ଼ ସୁଯୋଗ । ସେଣ୍ଟ୍ରାଲ ଇଣ୍ଡଷ୍ଟ୍ର୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ୍)ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପୋଷ୍ଟ ପାଇଁ ଆବେଦନ ଆରମ୍ଭ ହୋଇଯାଇଛି । ପଦ ପାଇଁ ଆଗ୍ରହୀ ବ୍ୟକ୍ତି ଅଫିସିଆଲ୍ ୱେବ୍ସାଇଟ୍ upsc.gov.in.ରେ ଯାଇ ଆପ୍ଲାଏ କରିପାରିବେ । ଆବେଦନର ଶେଷ ତାରିଖ ଡିସେମ୍ବର୨୪ ରହିଛି । କ୍ୟାଣ୍ଡିଡେଟ୍ କରିଥିବା ରେଜିଷ୍ଟ୍ରେଶନରେ ଡିସେମ୍ବର ୨୫ରୁ ୩୧ ତାରିଖ ମଧ୍ୟରେ ପରିବର୍ତ୍ତନ କରିପାରିବେ । ମୋଟ ୩୧ ପଦ ଖାଲି ରହିଥିବାବେଳେ ୨୫ ଟି ପଦ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ରହିଛି । ୪ଟି ପଦ ଅନୁସୂଚିତ ଜାତି ଓ ୨ଟି ପଦ ଅନୁସୂଚିତ ଜନଜାତିଙ୍କ ପାଇଁ ରହିଛି ।
ଯୋଗ୍ୟତା: ଆବେଦନକାରୀଙ୍କ ବୟସ ସୀମା ୩୫ ବର୍ଷ ହେବା ଦରକାର । ଭିନ୍ନ ଶ୍ରେଣୀଙ୍କ ପାଇଁ ବୟସ ବର୍ଗରେ ରିହାତି କରାଯାଇଛି । ସେହିପରି ପୁରୁଷଙ୍କ ଉଚ୍ଚତା ୧୬୫ ସେଣ୍ଟିମିଟର ହେବା ଆବଶ୍ୟକ ହୋଇଥିବାବେଳେ ମହିଳାଙ୍କ ପାଇଁ ରହିଛି ୮୬ ସେ.ମି.
କେମିତି କରିବେ ଆବେଦନ: ପଦ ପାଇଁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ୟୁପିଏସସି ଅଫିସିଆଲ ସାଇଟରେ ପ୍ରଥମେ ଲଗଇନ୍ କରିବାକୁ ପଡ଼ିବ । ଆବେଦନକାରୀ ସେଠାରେ ରେଜିଷ୍ଟ୍ରେଶନ୍ କରିବେ । ଏହାପରେ ଆଶାୟୀ ନିଜ ନାମର ପଞ୍ଜୀବକରଣ କରିବେ । ଏହାପରେ ଫର୍ମ ଫିଲଅପ୍ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ସବୁ ସ୍କାନ୍ କରିଆବେଦନ ଫର୍ମ ପୂରା କରିବାକୁ ପଡ଼ିବ । ପ୍ରଥମେ ଲିଖିତ ପରୀକ୍ଷା ହେବ । ଏଥିରେ ଯେଉଁମାନେ ସିଲେକ୍ଟ ହେବେ ସେମାନଙ୍କୁ ଭାଇଭା ପାଇଁ ଡକାଯିବ । ଯଦି ଆବେଦନକାରୀ ଦୁଇଯିଯାକରେ ସିଲେକ୍ଟ ହୁଅନ୍ତି ତେବେ ତାଙ୍କର ଶରୀରିକ ଦକ୍ଷତାପରୀକ୍ଷା, ହକ୍ୟୁମେଣ୍ଟ ଭେରିଫିକେଶନ୍ ସହିତ ମେଡିକାଲ ଟେଷ୍ଟ କରାଯିବ । ଏ ପଦ ପାଇଁ ବ୍ୟକ୍ତିଙ୍କୁ ୬୮.୭୮୦ ଟଙ୍କା ପର୍ଯ୍ୟନ୍ତ ବେତନ ମିଳିବ ।