fbpx

‘ସୀମାରେ ଶାନ୍ତି ବିନା ସ୍ୱାଭାବିକ ହେବ ନାହିଁ ସମ୍ପର୍କ’: ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ ସିଂ

ନୂଆଦିଲ୍ଲୀ: ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ଚୀନ୍ ରକ୍ଷାମନ୍ତ୍ରୀ ଗୁରୁବାର ସାକ୍ଷାତ କରିଛନ୍ତି । ବୈଠକ ପରେ ରାଜନାଥ ସିଂ କହିଛନ୍ତି ଯେ, ସୀମାରେ ଶାନ୍ତି ବିନା ଦସ୍ୱବ ଦେଶ ମଧ୍ୟରେ ସମ୍ପର୍କ ସାମାନ୍ୟ ହୋଇପାରିବ ନାହିଁ । ସୂଚନା ଅନୁଯାୟୀ ଚୀନ ପ୍ରତିପକ୍ଷଙ୍କ ସହିତ ବୈଟକ ସମୟରେ ରାଜନାଥ ସୀମା ପ୍ରସଙ୍ଗ ଉଠାଇଥିଲ । ରାଜନାଥ ଏହି ସମୟରେ ଚୀନ୍ ରକ୍ଷାମନ୍ତ୍ରୀ ଶାଙ୍ଗଫୁଙ୍କୁ କହିଥିଲେ କି ବର୍ତ୍ତମାନ ଚୁକ୍ତିର ଉଲଂଘନ ଦ୍ୱିପାକ୍ଷିକ ସମ୍ପର୍କର ମୂଳଦୁଆକୁ କ୍ଷତି ପହଞ୍ଚାଇଛି । ତେଣୂ ବର୍ତ୍ତମାନ ସୀମାରେ ଲାଗିରହିଥିବା ସମସ୍ତ ବିବାଦର ସମାଧାନ ପ୍ରଥମେ କରିବା ଆବଶ୍ୟକ ।

ସୂଚନାଯୋଗ୍ୟ ସଂଘାଇ ସହଯୋଗ ସଂଘଠନ(ଏସ୍‌ସିଓ) ରକ୍ଷାମନ୍ତ୍ରୀ ବୈଠକରେ ଅଂଶ ଗ୍ରହଣ କରିବା ପାଇଁ ଶାଙ୍ଗଫୁ ଦିଲ୍ଲୀ ଗସ୍ତରେ ଅଛନ୍ତି । ଭାରତ ଚଳିତ ଥର ରକ୍ଷାମନ୍ତ୍ରୀଙ୍କ ବୈଠକ ଆୟୋଜନ କରୁଛି ।

ତିନିବର୍ଷ ପୁର୍ବେ ଲଦାଖରେ ଗଲନ୍ ହିଂସା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥିଲା । ଏହି ଘଟଣା ପରେ ଚୀନ୍ ରକ୍ଷାମନ୍ତ୍ରୀଙ୍କ ଏହା ପ୍ରଥମ ଭାରତ ଗସ୍ତ । ତେବ ରାଜନାଥ ସିଂହ ଏବଂ ଶାଙ୍ଗଫୁଙ୍କ ସାକ୍ଷାତକୁନେଇ କୋଣସି ଅଫିସିଆଲ ବୟାନ୍ ଆସିନାହିଁ । ଦୁଇଦେଶର ରକ୍ଷାମନ୍ତ୍ରୀ ସାକ୍ଷାତ କରିବା ପୁର୍ବରୁ କିଛି ଦିନ ତଳେ ଦୁଇ ଦେଶର ସୈନ୍ୟ ୧୮ ତମ ସୈନ୍ୟ ସ୍ତରୀୟ ଆଲୋଚନା କରିଥିଲେ ।

Get real time updates directly on you device, subscribe now.