fbpx

ବଜେଟ ପରେ Jio ଲଞ୍ଚ କଲା ପପୁଲାର ପ୍ଲାନ: କମ୍ ଦାମରେ ଗ୍ରାହକଙ୍କୁ ମିଳିବ ଅନେକ ବେନିଫିଟ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ ଆଗତ ହେବା ପରେ ଜିଓ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଜିଓ ଗ୍ରାହକଙ୍କ ପାଇଁ ଏକ ଦମଦାର ଶସ୍ତା ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନରେ ଗ୍ରାହକଙ୍କୁ ଦୈନିକ ୧ ଜିବିର ଇଣ୍ଟରନେଟ ଡାଟା ମିଳିବା ସହ ଏହାର ଭାଲିଡିଟି ୨୮ ଦିନ ପର୍ଯ୍ୟନ୍ତ ରହିଛି । ଜିଓ ପୋର୍ଟୋଫୋଲିଓରେ ଏପରି ଅନେକ ରିଚାର୍ଜ ପ୍ଲାନ ରହିଥିବା ବେଳେ ସେଥିରେ ଅଲଗା ଅଲଗା ଫିଚର୍ସ ଓ ସେଗମେଣ୍ଟ ରହିଛି । ତେବେ ନିକଟରେ କମ୍ପାନୀ ଲଞ୍ଚ କରିଥିବା ଖାସ୍ ପ୍ଲାନ ବିଷୟରେ ଗ୍ରାହକମାନେ ନିହାତି ଜାଣିବା ଆବଶ୍ୟକ ।

ଏହି ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍ କଲିଂ ସୁବିଧା ମିଳିବ । ଏଥିସହିତ ସେଥିରେ ଏସଟିଡି କଲ ମଧ୍ୟ ସାମିଲ ରହିଛି । ଜିଓର ଏହି ରିଚାର୍ଜ ପ୍ଲାନର ମୂଲ୍ୟ ୨୪୯ ଟଙ୍କା ରହିଥିବା ବେଳେ ଏହା ଜିଓ ପୋର୍ଟାଲରେ ପପୁଲାର ପ୍ଲାନ ଟ୍ୟାଗ ସହିତ ଲିଷ୍ଟେଡ ହୋଇଛି । ସୂଚନାଯୋଗ୍ୟ ଯେ, ନିକଟରେ ଟେଲିକମ୍ କମ୍ପାନୀମାନେ ସେମାନଙ୍କର ପ୍ଲାନ୍ସ ଦର ବୃଦ୍ଧି ଘୋଷଣା କରିଥିଲେ । ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଫାଫୋନ ନିଜ ନିଜର ରିଚାର୍ଜ ପ୍ଲାନର ଦାମ୍ ବଢ଼ାଇଥିଲେ । ଫଳରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଏଣିକି ଅଧିକ ଦାମ୍ ଦେବାକୁ ପଡ଼ୁଛି ।

Get real time updates directly on you device, subscribe now.