fbpx
BJD SKY
BJD SKY

Reliance Jio ଲଞ୍ଚ କଲା ମାସିକିଆ ରିଚାର୍ଜ ପ୍ଲାନ, ଏଥିରେ ରହିଛି ଅନେକ ବଢ଼ିଆ ଅଫର୍

BJD

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପକ୍ଷରୁ ଏକ ମାସିକିଆ ରିଚାର୍ଜ ପ୍ଲାନ ଘୋଷଣା କରାଯାଇଛି । କମ୍ପାନୀ ଏହି ପ୍ରିପେଡ୍ ପ୍ଲାନର ମୂଲ୍ୟ ରଖିଛି ୨୫୯ ଟଙ୍କା । ଟେଲିକମ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ନିର୍ଦ୍ଦେଶକୁ ଗ୍ରହଣ କରି ଜିଓ ଏହି ପଦକ୍ଷେପ ନେଇଛି । ତେବେ ଏହାକୁ ଯେଉଁ ଗ୍ରାହକ ରିଚାର୍ଜ କରିବେ ସେମାନଙ୍କୁ ବର୍ଷକୁ ୧୨ ଥର ରିଚାର୍ଜ କରିବାକୁ ପଡ଼ିବ । ମାସଟି ୨୮, ୩୦ କିମ୍ବା ୩୧ ଦିନିଆ ଯାହା ହେଲେ ବି ରିଚାର୍ଜ ପ୍ଲାନର ବୈଧତା ଏକ ମାସ ପରେ ସମାପ୍ତ ହେବ ।

ଏହି ପ୍ଲାନର ବୈଧତା ଏକ ମାସ ପର୍ଯ୍ୟନ୍ତ ରହିବା ସହ ଏଥିରେ ଅନଲିମିଟେଡ ଭଏସ୍ କଲିଂ, ୧୦୦ ଏସଏମଏସ, ୧.୫ ଜିବି ହାଇ ସ୍ପିଡି ଡାଟା ବେନିଫିଟ୍ ରହିବ । ଯଦି ଆପଣ ଏପ୍ରିଲ ୫ ତାରିଖରେ ୨୫୯ ଟଙ୍କାର ରିଚାର୍ଜ କରୁଛନ୍ତି ତେବେ ପରବର୍ତ୍ତୀ ରିଚାର୍ଜ ଏକ ମାସ ପରେ ଅର୍ଥାତ ମେ ୫ରେ, ତା’ ପରବର୍ତ୍ତୀ ରିଚାର୍ଜ ଜୁନ ୫ ତାରିଖରେ କରିବେ । ଟେଲିକମ କମ୍ପାନୀମାନେ ତିରିଶ ଦିନିଆ ଭାଲିଡିଟି ଥିବା ଅତିକମରେ ଗୋଟିଏ ପ୍ଲାନ୍ ଭାଉଚର, ସ୍ପେଶାଲ ଟାରିଫ ଭାଉଚର ଓ ଗୋଟିଏ କମ୍ବୋ ଭାଉଚର ଲଞ୍ଚ କରିବାକୁ ଟ୍ରାଇ ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.