fbpx

ଦେଶରେ ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ତେଲ ଦର ବଢ଼ିଛି । ଆଜି ପେଟ୍ରୋଲ ୮୦ ପଇସା ଓ ଡିଜେଲ ୭୦ ପଇସା ମହଙ୍ଗା ହୋଇଛି । ନୂଆ ବର୍ଦ୍ଧିତ ଦର ମଙ୍ଗଳବାର ସକାଳ ୬ଟାରୁ ଲାଗୁ ହୋଇଛି ।

ୟୁକ୍ରେନ ଓ ରୁଷ ଯୁଦ୍ଧ ମଧ୍ୟରେ ଭାରତରେ ପେଟ୍ରୋଲ ରେଟ୍ ଲଗାତାର ବଢ଼ିବାରେ ଲାଗିଛି ।  ଗତବର୍ଷ ନଭେମ୍ବର ମାସ ପରେ ପେଟ୍ରୋଲ-ଡିଜେଲ ଦର ବଢ଼ିନଥିଲା । ଏହା ପରେ ଗତ ମଙ୍ଗଳବାରଠାରୁ ତେଲ ଦର ବଢ଼ିବାରେ ଲାଗିଛି । ନୂଆ ଦର ହିସାବରେ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୦.୨୧ ଟଙ୍କା ଓ ଡିଜେଲ ଦର ୯୧.୪୭ ଟଙ୍କା ହୋଇଛି । ଗତ ୮ ଦିନରେ ଏହା ସପ୍ତମ ଥର ପାଇଁ ବଢ଼ିଛି । ଏହା ସହ ପେଟ୍ରୋଲ ରେଟ୍ ପେଟ୍ରୋଲ ୪.୯୦ ଟଙ୍କା ବଢ଼ିଛି । ଏହା ସହ ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୧୫.୦୪ ଟଙ୍କା ଓ ଡିଜେଲ ୯୯.୨୫ ଟଙ୍କା ହୋଇଛି ।

Get real time updates directly on you device, subscribe now.