ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ପ୍ରବଳ ଖରା ଏବଂ ଅସହ୍ୟ ତାତି ଲୋକଙ୍କୁ କଲବଲ କରୁଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ତାପମାତ୍ରା ୫୦ଡିଗ୍ରୀ ଆଡ଼କୁ ମୁହାଁଇଛି । କିନ୍ତୁ ଏହାମଧ୍ୟରେ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି । ଏହି ଗରମ ଏବଂ ତାତିରୁ ଖୁବଶୀଘ୍ର ମୁକ୍ତି ପାଇପାରନ୍ତି । ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତକାଲି ଭୁବନେଶ୍ୱରର ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିଲା । ଏହାସିତ ଏସିଆ ମହାଦେଶର ଷଷ୍ଠ ଉତ୍ତପ୍ତ ସହର ପାଲଟିଛି । ତେଣୁ ଆଜି ରାଜ୍ୟର ୧୪ଟି ଜିଲ୍ଲାକୁ ହିଟୱେଭ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତାକାଲି ଠାରୁ ଅସହ୍ୟ ଖରାରୁ ମୁକ୍ତି ଦେଇପାରେ ଆସନ୍ତା କାଳବୈଶାଖୀ । ଏ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।