fbpx
BJD SKY
BJD SKY

ସାଧାରଣ ଲୋକଙ୍କୁ ବଡ଼ ଆସ୍ୱସ୍ତି: ସାବୁନ୍ ଦାମ୍ ହ୍ରାସ କଲେ ପ୍ରମୁଖ କମ୍ପାନୀ

BJD

ନୂଆଦିଲ୍ଲୀ: ବଢୁଥିବା ମହଙ୍ଗା ମାଡ଼ ମଝିରେ ସାଧାରଣ ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଏମଏଫସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ ଏବଂ ଗୋଦରେଜ କନଜ୍ୟୁମର ପ୍ରଡକ୍ଟଲିମିଟେଡ୍ କଞ୍ଚାମାଲର ଦାମ୍ ହ୍ରାସ କରିବା ପରେ ସାବୁନର କିଛି ବ୍ରାଣ୍ଡ ସାବୁନ୍ ଦାମ୍ ରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଦାମ୍ ହ୍ରାସ କରିଛନ୍ତି । ଏଚୟୁଏଲ ଲାଇଫବଏ ଏବଂ ଲକ୍ସ ବ୍ରାଣ୍ଡ ସହ ୱେଷ୍ଟର୍ଣ୍ଣ ରିଜରେ ଏହାର ଅଫର୍ ୫ ରୁ ୧୧ ପ୍ରତିଶତ ହ୍ରାସ କରିଛି। ଅନ୍ୟପକ୍ଷରେ, ଗୋଦ୍ରେଜ୍ ଗ୍ରୁପ୍‌ର କମ୍ପାନୀ ଜିସିପିଏଲ୍ ସାବୁନର ମୂଲ୍ୟକୁ ୧୩ ରୁ ୧୫ ପ୍ରତିଶତ ହ୍ରାସ କରିଛି।

ବିଶେଷଜ୍ଞଙ୍କ କହିବା ମୁତାବକ ଦାମ୍ ରେ ହ୍ରାସ ପାଇବା ପରେ ବିତ୍ତ-ବର୍ଷ ଦ୍ୱିତୀୟ ଭାଗରେ ବିକ୍ରିରେ ବୃଦ୍ଧି ପାଇବ । ଖାସ୍ କରି ଯେଉଁ ସମୟର ଦରଦାମ୍ ଆକାଶ ଛୁଆଁ ରହିଛି । ସେହି ସମୟରେ ସାବୁନ ଦର ହ୍ରାସ ପାଇବା ଏକ ଭଲ ଖବର ହୋଇପାରେ । ତେବେ ସେମାନଙ୍କ କହିବା ମୁତାବକ ଦାମ୍ ହ୍ରାସ ପାଇବାର କାରଣ ହେଉଛି ପାମ ତେଲ ଏବଂ ଅନ୍ୟ ଅଶୋଧିତ ତେଲ ଗୁଡ଼ିକର ମୂଲ୍ୟ ହ୍ରାସ ପାଇବା ।

Get real time updates directly on you device, subscribe now.