fbpx

ମୋଗଲ ଜମାନାରେ କେତେ ଥିଲା ଦାସୀଙ୍କ ଦରମା? ମାସକୁ ସୁନାର ୧ କେ.ଜି ମୂଲ୍ୟ ବି କମ୍…

ମୋଗଲ ସାମ୍ରାଜ୍ୟର ହରମକୁ ନେଇ ଅନେକ କଥା ଅନେକ କାହାଣୀ ଶୁଣିବାକୁ ମିଳେ । କିନ୍ତୁ ଗୋଟିଏ କଥା ଏମିତି ରହିଛଇ ଯାହା ହୁଏତ ଆପଣଙ୍କୁ ଖୁବ ଆଶ୍ଚର୍ଯ୍ୟ କରିପାରେ । ଏହାକୁ ବିଶ୍ୱାସ କରିବା ବି କଷ୍ଟକର । ଏହି କାହାଣୀ ହେଉଛି ଏଠାରେ କାମ କରୁଥିବା ଦାସୀମାନଙ୍କ ଉପରେ । ସେମାନଙ୍କ ଦରମା କେତେ? ବୋଧହୁଏ ଅନେକ ଲୋକ ଏହାକୁ ନେଇ ଚିନ୍ତା ବି କରି ନଥିବେ । କିନ୍ତୁ ଦରମା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଏହି କାହାଣୀ ।

ଏହି ହରମ ପ୍ରଥା ଆରମ୍ଭ କରିଥିଲେ ବାବର । କିନ୍ତୁ ଏହାକୁ ବଡ କରି ଦେଇଥେିଲ ଆକବର । ଆକବରଙ୍କ ହରମରେ ପ୍ରାୟ ୫ ହଜାର ମହିଳା ଦାସୀ ଭାବେ ରହିଥିଲେ । ତେବେ ଏଥିରେ ଅନେକ ଧର୍ମ ଏବଂ ଅନେକ ସଂସ୍କୃତିର ମହିଳା ରହୁଥିଲେ । ମୋଗଲ ବାଦଶାହ ଏବଂ ତାଙ୍କ ପରିବାରର ସମସ୍ତ ଆବଶ୍ୟକତା ପୂରଣ କରିବା ଥିଲା ଏହି ଦାସୀମାନଙ୍କର କାମ । ତେବେ ଏମାନଙ୍କୁ ସବୁବେଳେ ପରଦା ଭିତରେ ରହିବାକୁ ପଡୁଥିଲା । ରାଣୀମାନଙ୍କ ପାଇଁ ରହିବା ପାଇଁ ଅଲଗା ବ୍ୟବସ୍ଥା ଏବଂ ରକ୍ଷିତା ଏବଂ ଦାସୀମାନଙ୍କ ରହିବା ପାଇଁ ଅଲଗା ବ୍ୟବସ୍ଥା କରାଯାଇଥିଲା । ଏମାନଙ୍କ କାମ ମଧ୍ୟ ଅଲଗା ରହୁଥିଲା । ହରମରେ ଅନେକ ପ୍ରକାର କଠୋର ନିୟମ ଲାଗୁ ହେଉଥିଲା । ଏମାନଙ୍କ ସୁରକ୍ଷା ପାଇଁ ବ୍ୟସ୍ଥା କରାଯିବା ସହିତ ସମ୍ରାଟଙ୍କ ବ୍ୟତୀତ ଅନ୍ୟ କାହାକୁ ହରମକୁ ଯିବା ଉପରେ ରୋକ ଲଗାଯାଇଥିଲା । ସେହିପରି ହରମର ଯତ୍ନ ନେଉଥିବା ଦାସୀ ମାନଙ୍କୁ ମଧ୍ୟ ଅନ୍ୟ କାହା ସହିତ ମିଳାମିଶା କରିବାକୁ ବାରଣ କରାଯାଇଥିଲା ।

ମୋଗଲମାନଙ୍କ ନିକଟରେ ଅମାପ ଧନ ସମ୍ପତ୍ତି ରହିଥିଲା । ତେଣୁ ହରମରେ ରହୁଥିବା ମହିଳାମାନଙ୍କୁ ସେମାନେ ଖୁବ ଅଧିକ ଦରମା ଦେଉଥିଲେ । ସେ ସମୟରେ ୫ ଟଙ୍କାରେ ସାରା ମାସର ଖର୍ଚ୍ଚ ସହଜରେ ଚଳି ଯାଇଥିଲା । କିନ୍ତୁ ନିଜ ଦାସୀମାନଙ୍କୁ ୧୬୦୦ ଟଙ୍କା ଦରମା ଆକାରରେ ଦେଉଥିଲେ ମୋଗଲ ସମ୍ରାଟ । ସେ ସମୟରେ ଦାସୀ ପାଉଥିବା ଦରମାରେ ପ୍ରାୟ ୧ କେଜିରୁ ଅଧିକ ସୁନା କିଣା ଯାଇ ପାରିବ । ତେବେ ଏହି ଦରମା ପରେ ମଧ୍ୟ ସମ୍ରାଟଙ୍କୁ ଖୁସି କରି ଦେଲେ ଉପହାର ସ୍ୱରୂପ ଅନେକ ଗହଣା ଏବଂ ମୂଲ୍ୟବାନ ଜିନିଷ ପାଉଥିଲେ ଏହି ଦାସୀମାନେ ।

Get real time updates directly on you device, subscribe now.