fbpx
BSKY
BJD SHG SKY
BJD YOUTH SKY

(Video) ପ୍ରସୂତୀଙ୍କୁ ପ୍ରସବ କରାଇବାକୁ ଆଣିଥିଲେ ଆଶକର୍ମୀ: ଫସିଗଲେ କାଦୁଅରେ…

ଜଣେ ପ୍ରସୂତିଙ୍କ ସନ୍ତାନ ଜନ୍ମ କରାଇବାକୁ ଆଣି କାଦୁଅ ପାଣିରେ ଫସିଛନ୍ତି ଆଶା କର୍ମୀ । ଏ ଦୃଶ୍ୟ ହେଉଛି ଭଦ୍ରକ ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ରୋଗୀ ଓ ପ୍ରସୂତୀ ମାନଙ୍କୁ । ତେବେ ଡିହସାହି ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ସନ୍ତାନ ଜନ୍ମ ପାଇଁ ପ୍ରସୂତି ବିଭାଗକୁ ଆଣି ନିଜେ ସେହି ପାଣି କାଦୁଅରେ  ଫସି ଯାଇଥିଲେ ଗୌରୀ ମହାନ୍ତି ।

ଏପରିକି ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଡ଼ାକ୍ତରଖାନା ଭିତରକୁ ବର୍ଷା ଜଳ ପ୍ରବେଶ କରିଥିବା ବେଳେ ରୋଗୀଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ସରକାର ସ୍ୱାସ୍ଥ୍ୟସେବା ୫ଟି ରେ ଅନ୍ତର୍ଭୁକ୍ତ କରିଥିଲେ ମଧ୍ୟ ବନ୍ତବାସୀଙ୍କ ପାଇଁ ଉକ୍ତ ଯୋଜନା କାର୍ଯ୍ୟକାରୀ ହୋଇପାରିନି ।

ରୋଗୀମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଆରୋଗ୍ୟ ହେବା ବଦଳରେ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛିି । ବିଭିନ୍ନ ସମୟରେ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଥିଲେ ହେଁ ଏଯାଏଁ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି । ତେବେ କେବେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.