fbpx

୮୬ % ସିଇଓଙ୍କୁ ଚିନ୍ତା, ‘୧୨ ମାସ ମଧ୍ୟରେ ଆସିପାରେ ମାନ୍ଦାବସ୍ଥା’: ସର୍ଭେରୁ ଆସିଲା ଫଳାଫଳ

ନୂଆଦିଲ୍ଲୀ: ବୈଶ୍ୱିକ ମାନ୍ଦାବସ୍ଥା ସ୍ଥିତି ଏବେବି ଜାରି ରହିଛି । ଗୋଟିଏ ପଟେ ଯେଉଁଠାରେ ବଡ଼-ବଡ଼ କମ୍ପାନୀ ମାନେ କର୍ମଚାରୀଙ୍କ ଛଟେଇ କରୁଥିବାବେଳେ ଅନ୍ୟପଟେ ଆଇଏମଏଫ ମଧ୍ୟ ବିଶ୍ୱକୁ ଏହି ବିପଦକୁ ନେଇ ସତର୍କ କରାଇଛି । ଏବେ ଏକ ତାଜା ସର୍ଭେର ଫଳାଫଳ ଅନୂଯାୟୀ ମାନ୍ଦାବସ୍ଥା ଗଭୀର ହେବା ନେଇ ଆଶଙ୍କା କରାଯାଉଛି । କେପିଏମଜି ୨୦୨୨ ସିଇଓ ଆଉଟଲୁକ୍ ର ରିପୋର୍ଟରେ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

କେପିଏମଜି ୨୦୨୨ ସିଇଓ ଆଉଟଲୁକ ଅନୂଯାୟୀ, ବୈଶ୍ୱିକ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ଚାକିରି ଉପରେ ବଡ଼ ବିପଦ ଭଳି ରହିଛି । ଏହି ସର୍ଭେରେ କେପିଏମଜି ଦୁନିଆର ଭିନ୍ନ-ଭିନ୍ନ ଦେଶର ବଡ଼-ବଡ଼ କମ୍ପାନୀ ସିଇଓଙ୍କ ରାୟକୁ ସାମିଲ କରାଯାଇଥିଲା । ସର୍ଭେରେ ସାମିଲ ୮୬ ପ୍ରତିଶତ ସିଇଓ କହିଛନ୍ତି ଯେ ଆସନ୍ତା ୧୨ ମାସରେ ମାନ୍ଦାର ସାମ୍ନା କରିବାକୁ ପଡ଼ିପାରେ । ଯେତେବେଳେକି ୫୮ ପ୍ରତିଶତଙ୍କ ଅନୁସାରେ ଏହା ଅଳ୍ପ ସମୟ ପାଇଁ ରହିବ ।

ସୂଚନାଯୋଗ୍ୟ, ଗତ କିଛି ମାସରେ ଦୁନିଆରେ ମାନ୍ଦା ଆଶଙ୍କା ବଢ଼ିଛି । କାରଣ ଅନେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବରୁ ହିଁ କରୋନା ମହାମାରୀ ଏବଂ ପରେ ଋଷ-ୟୁକ୍ରେନ ମଧ୍ୟ ଆରମ୍ଭ ହୋଇଥିବା ଯୁଦ୍ଧ ମଧ୍ୟରେ ଚରମରେ ପହଞ୍ଚିଛି । ଦରବୃଦ୍ଧିକୁ କାବୁ କରିବା ପାଇଁ ଲଗାତାର ସୁଧ ଦରରେ ବୃଦ୍ଧି କରୁଛନ୍ତି ।

କେପିଏମଜି ସର୍ଭେରେ ସାମିଲ ଅଧିକାଂଶ ସିଇଙ୍କ ଅନୂଯାୟୀ, ମାନ୍ଦାବସ୍ଥା ପରେ ମହମାରୀର ପ୍ରଭାବରୁ ବାହାରିବା ପରେ ମୁସ୍କିଲ ହୋଇଯିବ । ଏହା ବ୍ୟତୀତ ୭୩% ସିଇଓଙ୍କ ଅନୁମାନ ଯେ ଏହା ମାନ୍ଦାବସ୍ଥା ଆସନ୍ତା ତିନି ବର୍ଷରେ ପ୍ରତ୍ୟାଶିତ ବୃଦ୍ଧିକୁ ବଜାୟ ରଖିବ । ରିପୋର୍ଟରେ କୁହାଯାଇଛି ଯେ ୭୧ ପ୍ରତିଶତ ସିଇଓ ଆଶଙ୍କା କରିଛନ୍ତି ଯେ ଆସନ୍ତା ୧୨ ମାସ ମଧ୍ୟରେ କମ୍ପାନୀଙ୍କ ଆୟ ୧୦ ପ୍ରତିଶତ ଯାଏଁ ପ୍ରଭାବିତ ହୋଇପାରେ । ଯେଉଁଥିରେ କିଛି ମାସ ମଧ୍ୟରେ ବଡ଼ ଆକାରରେ କମ୍ପାନୀ ଛଟେଇ, ନୂଆ ଭର୍ତ୍ତି ଉପରେ ରୋକ୍ ଭଳି ମାମଲା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ପୂର୍ବରୁ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ମୁଖ୍ୟ ମାନ୍ଦାବସ୍ଥାକୁ ନେଇ ବିଶ୍ୱକୁ ସତର୍କ କରାଇଥିଳେ । ସେ ୨୦୨୬ ସୁଦ୍ଧା ବିଶ୍ୱ ଅର୍ଥନୀତି ବୃଦ୍ଧି ୪୦୦୦ ଆରବ ଡଲାର ପର୍ଯ୍ୟନ୍ତ କମ୍ ହେବା ନେଇ ଆଶଙ୍କା କରିଥିଲେ ।

ନିକଟରେ ବଡ଼ ବଡ଼ କମ୍ପାନୀ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଚୀନର ଅଲୀବାବା କମ୍ପାନୀ ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲେ । ରିଟେଏ ଦିଗ୍ଗଜ ୱାଲମାର୍ଟ ଏହାର ୨୦୦ ଲୋକଙ୍କୁ ଛଟେଇ କରିଥିଲା । ଏଚସିଏଲ ଟେକ୍ନୋଲୋଜୀ ବୈଶିକ ସ୍ତରରେ ୩୫୦ କର୍ମଚାରୀଙ୍କୁ ଛଟେଇ କରିଛି । ସେହିଭଳି ଏକ ତାଜା ରିପୋର୍ଟ ଅନୂଯାୟୀ ମେଟା ମଧ୍ୟ ଆଗାମୀ ସମୟରେ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିପାରେ ।

Get real time updates directly on you device, subscribe now.