fbpx
BJD SKY
BJD SKY

ବଡ ଖବର: କାଲିଠାରୁ କଟକରେ ଖୋଲିବ ଧର୍ମାନୁଷ୍ଠାନ

BJD

କଟକ(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ କଟକଣା କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ କଟକ ଜିଲ୍ଲାରେ ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି ସମସ୍ତ ଧର୍ମାନୁଷ୍ଠାନ । କୋଭିଡ କଟକଣାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଧର୍ମାନୁଷ୍ଠାନ ଖୋଲିବାକୁ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ତେବେ କଟକ ସହରରେ ମନ୍ଦିର ଖୋଲିବ କି ନାହିଁ, ସେନେଇ ସିଏମସି ନିଷ୍ପତ୍ତି ନେବ ।

ଅନ୍ୟପଟେ ଆଜି ବ୍ରହ୍ମପୁରରେ ଖୋଲିଛି ସମସ୍ତ ମନ୍ଦିର । ଭକ୍ତମାନେ ମନ୍ଦିରରେ ଠାକୁରକୁ ଦର୍ଶନ କରିପାରିବେ, କିନ୍ତୁ କରୋନା କଟକଣା ମାନିବାକୁ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା ସହ ମନ୍ଦିରରେ ଭୋଗରାଗ କରିହେବ ନାହିଁ । ମନ୍ଦିର ଭିତରେ କୌଣସି କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ନାହିଁ । ସେହିପରି ସମସ୍ତ ପ୍ରକାର ଗାଇଡଲାଇନକୁ ଅନୁପାଳନ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ କମିଶନର ମନ୍ଦିର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.