fbpx

ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

ନୂଆଦିଲ୍ଲୀ: ସିବିଏସଇ ଦଶମ ପରୀକ୍ଷା ଫଳାଫଳ ଆଜି ଦିନ ୧୨ ଟାରେ ପ୍ରକାଶ ପାଇଛି । ରେଜଲ୍ଟ ଦୁଇଟି ୱେବସାଇଟ୍ ରେ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ମାନେ cbseresults.nic.in ଓ cbse.gov.in ରେ ପରୀକ୍ଷା ଫଳ ଦେଖିପାରିବେ । ଚଳିତ ବର୍ଷ କରୋନା ମହାମାରୀ କାରଣରୁ ପରୀକ୍ଷା ହୋଇପାରିନଥିଲା । ତେଣୁ ରେଜଲ୍ଟ ପାଇଁ ବିକଳ୍ପ ମୁଲ୍ୟାୟନ ବ୍ୟବସ୍ଥା ଆପଣାଯାଇଥିଲା । ଚଳିତ ଥର ବିନା ପରୀକ୍ଷାରେ ପାସ୍ କରିଛନ୍ତି ୯୯.୦୪ ପ୍ରତିଶତ ପିଲା । ତେବେ ପରୀକ୍ଷା ପାଇଁ ୧୮ ଲକ୍ଷ ପିଲା ପଞ୍ଜୀକରଣ କରିଥିଲେ ।

ତ୍ରିଭେନ୍ଦ୍ରମ୍ ରିଭିଜନ୍ ରେ ସର୍ବାଧିକ ୯୯.୯୯% ପିଲା ପାସ୍ କରିଛନ୍ତି । ଭୁବନେଶ୍ୱର ରିଜିୟନ୍ ରେ ୯୯.୬୨% ପିଲା ପାସ୍ କରିଛନ୍ତି । ଚଳିତ ଥର ରେଜଲ୍ଟରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ଛାତ୍ର ୯୮.୮୯ % ପାସ୍ କରିଥିବା ବେଳେ ୯୯.୨୪% ଛାତ୍ରୀ ପାସ୍ କରିଛନ୍ତି । ଅନ୍ୟପଟେ କେନ୍ଦ୍ରୀୟ ବିଦ୍ୟାଳୟରେ ପାସ୍ ହାର ୧୦୦% ଏବଂ ନବୋଦୟରେ ୯୯.୯୯% ପାସ୍ ହାର ।

Get real time updates directly on you device, subscribe now.