fbpx

ନିଜ ଝିଅ ସମେତ ୨୦ ଝିଅଙ୍କ ସହ ବିବାହ କରି ଗିରଫ ହେଲେ ଧର୍ମଗୁରୁ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଅନେକ ବିବାହ କରିବାର ଘଟଣା ଅନେକ ଥର ସାମ୍ନାକୁ ଆସିଛି । କିନ୍ତୁ ଯଦି ଜଣେ ବ୍ୟକ୍ତି ନିଜ ଝିଅକୁ ବିବାହ କରେ, ତେବେ ଏହାକୁ ବିଶ୍ୱାସ କରିବା ନିଶ୍ଚିତ ଅସମ୍ଭବ ହେବ । କିନ୍ତୁ ଆମେରିକାର ଜଣେ ଧର୍ମଗୁରୁ ଏଭଳି କାମ କରିଛନ୍ତି ଯାହା ବିଷୟରେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏବଂ ସେ କେବଳ ନିଜ ଝିଅକୁ ନୁହେଁ ପ୍ରାୟ କୋଡ଼ିଏ ଜଣ ଝିଅଙ୍କୁ ବିବାହ କରିଥିଲେ ଯେଉଁ ମାନଙ୍କ ବୟସ ସେତେ ଅଧିକ ନଥିଲା । ବର୍ତ୍ତମାନ ଆମେରିକୀୟ ଏଜେନ୍ସି ଏହି ଧର୍ମଗୁରୁକୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଘଟଣାଟି ଆମେରିକାର ଜଣେ ଧର୍ମଗୁରୁଙ୍କ ସହ ଜଡିତ । ସେ ୨୦ ଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି । ସେ ୯ ବର୍ଷ ବୟସର ଝିଅମାନଙ୍କୁ ମଧ୍ୟ ବିବାହ କରିଥିଲେ । ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ସେ ନିଜ ଝିଅକୁ ମଧ୍ୟ ବିବାହ କରିଥିଲେ ।

 

ସୂଚନା ଅନୁଯାୟୀ ଏହି ବ୍ୟକ୍ତିଙ୍କ ନାମ ସାମୁଏଲ୍ ରାପିଲ୍ ବ୍ୟାଟମ୍ୟାନ୍, ଯିଏ ବ୍ୟାଟମ୍ୟାନ୍ ଭାବରେ ଜଣାଶୁଣା । ଏହାର ବୟସ ୪୬ ବର୍ଷ ଏବଂ ଏହା ଉପରେ ଅନେକ ମାମଲା ଥିବା ଜଣାପଡ଼ିଛି । ଏହି ବ୍ୟକ୍ତି ଦୀର୍ଘ ସମୟ ଧରି ଫେରାର ଥିଲା ଏବଂ ଆମେରିକାର ଗୁପ୍ତଚର ସଂସ୍ଥା ମଧ୍ୟ ତାଙ୍କୁ ଖୋଜୁଥିବା ଜଣାପଡ଼ିଛି । ଆମେରିକାର ଇଣ୍ଟେଲିଜେନ୍ସ ଆଣ୍ଡ ସିକ୍ୟୁରିଟି ସର୍ଭିସ ଏଫବିଆଇର ସୂଚନା ଅନୁଯାୟୀ, ବ୍ୟାଟମ୍ୟାନ ଜଣେ ଧାର୍ମିକ ଦଳର ନେତା ଥିଲା ଏବଂ ନିଜକୁ ଜଣେ ଧାର୍ମିକ ଗୁରୁ ବୋଲି ଦାବି କରିଥିଲା ।
ଏଫବିଆଇ ଅଧିକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ, ଗିରଫ ହୋଇଥିବା ଏହି ଧର୍ମଗୁରୁ ବିବାହ କରିଥିବା ୨୦ ଜଣ ମହିଳାଙ୍କ ମଧ୍ୟରୁ ଅଧିକାଂଶ ଝିଅ ୧୫ ବର୍ଷରୁ କମ୍ ଅଟନ୍ତି । ଧର୍ମଗୁରୁ ବ୍ୟାଟମ୍ୟାନ୍ ଗୋଷ୍ଠୀ ଯୌନ ସମ୍ପର୍କ ଏବଂ ଶିଶୁ ଯୌନ କାରବାର ପାଇଁ ବାଧ୍ୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ବର୍ତ୍ତମାନ ତାକୁ ଗିରଫ କରାଯାଇ ପଚରାଉଚରା କରାଯାଉଛି ।

Get real time updates directly on you device, subscribe now.