fbpx

୧୦ ବର୍ଷ ରହିଲେ କଂଗ୍ରେସ ସାଂସଦ ଏବଂ ନିର୍ବାଚନ ହାରିଲା ପରେ ନେଲେ ମନ୍ତ୍ରୀ ପଦର ଶପଥ, ଜାଣନ୍ତୁ କିଏ ରବନୀତ ସିଂହ ବିଟ୍ଟୁ ?

ନୂଆଦିଲ୍ଲୀ: ରବିବାର ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମୋଦୀଙ୍କ ବ୍ୟତୀତ ୩୦ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୫ ଜଣ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମୋଦୀଙ୍କ ପୂର୍ବ ମନ୍ତ୍ରୀମଣ୍ଡଳର ୨୦ ଜଣ ସଦସ୍ୟ ଏଥର ବାଦ୍ ପଡ଼ିଥିବା ବେଳେ ୩୩ ନୂଆ ଚେହେରା ସ୍ଥାନ ପାଇଛନ୍ତି । ଏଥିମଧ୍ୟରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସାଂସଦଙ୍କ ମଧ୍ୟରେ ରବନୀତ ସିଂହ ବିଟ୍ଟୁ ଅନ୍ୟତମ । ସେ ପଞ୍ଜାବର ସିଖ ଚେହେରା ଭାବେ ମୋଦୀ ସରକାରର ଅଂଶ ହେବେ । ଲୋକସଭା ନିର୍ବାଚନରେ ବିଟ୍ଟୁ(୪୮) ଲୁଧିଆନାରୁ ହାରିଯିବା ସତ୍ତ୍ୱେ ତାଙ୍କୁ କେନ୍ଦ୍ର ମନ୍ତ୍ରୀର ଦାୟିତ୍ୱ ଦିଆଯାଇଛି ।

ରବନୀତ ସିଂହ ବିଟ୍ଟୁ କିଏ ?
ତିନି ଥର କଂଗ୍ରେସ ସାଂସଦ ରହିଥିବା ରବନୀତ ସିଂହ ବିଟ୍ଟୁ ୨୦୦୯ରେ ପ୍ରଥମ ଥର ଆନନ୍ଦପୁର ସାହିବରୁ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୧୪ ଏବଂ ୨୦୧୯ରେ ସେ ଲୁଧିଆନାରୁ ବିଜୟୀ ହୋଇଥିଲେ । ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଥିଲେ । ପାଞ୍ଚଟି ସହରାଞ୍ଚଳରେ ବିଟ୍ଟୁ ଜିତିଥିବା ବେଳେ ବିଜେପିକୁ ନେଇ କୃଷକଙ୍କ ବିରୋଧ ଯୋଗୁଁ ଗ୍ରାମାଞ୍ଚଳରେ ପରାଜୟର ସାମ୍ନା କରିବାକୁ ପଡ଼ିଇଥିଲା । ମାତ୍ର ୧୧ ବର୍ଷ ବୟସରେ ରବନୀତ ସିଂହ ବିଟ୍ଟୁ ନିଜ ପିତାଙ୍କୁ ହରାଇଥିଲେ । ୧୯୯୫ ମସିହା ଅଗଷ୍ଟ ୩୧ରେ ଚଣ୍ଡିଗଡ଼ ସ୍ଥିତ ଖାଲିସ୍ତାନ ସମର୍ଥକ ଆତଙ୍କବାଦୀମାନେ ତାଙ୍କ ଦାଦା ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କୁ ହତ୍ୟା କରିଥିଲେ । ସେତେବେଳେ ବିଟ୍ଟୁଙ୍କ ବୟସ ମାତ୍ର ୨୦ ବର୍ଷ । ପରେ ୨୦୦୭ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ବିଟ୍ଟୁ ଏକ ଛୋଟ ସିମେଣ୍ଟ ଉତ୍ପାଦ ୟୁନିଟ୍ ଚଲାଉଥିଲେ । ୨୦୦୮ରେ ୩୩ ବର୍ଷ ବୟସରେ ସେ ପଞ୍ଜାବ ଯୁବ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।

ସାଂସଦ ଭାବେ ୧୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ଅନେକ ଆଲେଚନାର ସାମ୍ନା କରିବାକୁ ପଡ଼ିଥିଲା । ଖାଲିସ୍ତାନ ସମର୍ଥକଙ୍କ ଆଲୋଚକ ଭାବେ ପରିଚିତ ବିଟ୍ଟୁଙ୍କୁ ଅନେକ ଥର ଧମକ ମଧ୍ୟ ମିଳିଥିଲା । ୨୦୧୭ ବିଧାନସଭା ନିର୍ବାଚନରେ ବିଟ୍ଟୁ ତତ୍କାଳୀନ ଡେପୁଟି ସିଏମ୍ ସୁଖବୀର ସିଂହ ବାଦଲ ଏବଂ ତତ୍କାଳୀନ ରାଜ୍ୟ ଆପ୍ ପ୍ରମୁଖ ଭଗୱନ୍ତ ମାନଙ୍କ ବିପକ୍ଷରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ତୃତୀୟ ସ୍ଥାନରେ ରହିଥିଲେ ।

Get real time updates directly on you device, subscribe now.