fbpx

Repo Rate ଅପରିବର୍ତ୍ତିତ ରଖିଲା RBI

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟ୍ ଅପରବର୍ତ୍ତିତ ରଖାଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଛଅ ଜଣିଆ ମନିଟାରି ପଲିସି କମିଟି (ଏମପିସି)ରେ ଏହି ନିଷ୍ପତ୍ତି ନିଆଯାଇଛି । ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଥିବା ବେଳେ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତ ରହିଛି । କ୍ରମାଗତ ଭାବେ ୧୧ଥର ପାଇଁ ଆରବିଆଇ ରେପୋ ରେଟକୁ ଅପରିବର୍ତ୍ତିତ ରଖିଥିବା ଜଣାପଡ଼ିଛି । କୋଭିଡ୍ ମହାମାରୀ ପ୍ରଭାବରୁ ଅର୍ଥବ୍ୟବସ୍ଥାକୁ ମୁକୁଳାଇବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଗଭର୍ଣ୍ଣ ଶ୍ରୀ ଦାସ କହିଛନ୍ତି ।

ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ୨୦୨୨-୨୩ ଆର୍ଥକ ବର୍ଷରେ ଦେଶର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ । ପୂର୍ବରୁ ଏହି ଅଭିବୃଦ୍ଧି ହାର ୭.୮ ରହିବ ବୋଲି ଅନୁମାନ କରାଯାଉଥିଲା । ପ୍ରଥମ ତ୍ରୈମାସିକରେ ଗ୍ରୋଥ ରେଟ ୧୬.୨, ଦ୍ୱିତୟ ତ୍ରୈମାସିକରେ ୬.୨, ତୃତୀୟ ତ୍ରୈମାସିକରେ ୪.୧, ଚତୁର୍ଥ ତ୍ରୈମାସିକରେ ୪ ପ୍ରତିଶତ ରଖାଯାଇଛି । ଆନ୍ତର୍ଜାତିକ ବଜାରରେ ଅଶୋଧିକ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବା ଫଳରେ ମହଙ୍ଗା ଓ ହାର ୫.୭ ପ୍ରତିଶତ ରହି ବୋଲି ଅନୁମାନ କରାଯାଇଛି ।

ଏନେଇ ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି, କ୍ରମାଗତ ଭାବେ ମହଙ୍ଗା ବଢ଼ି ଚାଲିଛି । ଅନ୍ୟପକ୍ଷରେ ଅଭିବୃଦ୍ଧି ହାର ହ୍ରାସ ପାଇବାରେ ଲାଗିଛି, ଯାହାକି ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ । ରୁଷ-ୟୁକ୍ରେନ କ୍ରାଇସିସ୍ କାରଣରୁ ଅଶୋଧିତ ତୈଳର ମୂଲ୍ୟ ଉପରେ ସଙ୍କଟ ଜାରି ରହିଛି । ଏହା ଗ୍ରୋଥ ରେଟର ହାରକୁ ପ୍ରଭାବିତ କରୁଛି ।

Get real time updates directly on you device, subscribe now.