fbpx

ଲୋକପ୍ରିୟ ମୁସଲିମ୍ ଆପକୁ ବ୍ୟାନ୍ କଲା ଗୁଗୁଲ, ମୋବାଇଲରୁ ଫୋନରୁ ଡାଟା ଚୋରି କରୁଥିବା ଅଭିଯୋଗ

ୱାଶିଂଟନ୍: ନିୟମ ଉଲ୍ଲଂଘନ କରିବା ଅଭିଯୋଗ ପରେ ଲୋକିପ୍ରିୟ ମୁସଲିମ୍ ପ୍ରାର୍ଥନା ଆପକୁ ବ୍ୟାନ୍ କରାଯାଇଛି । ଏହା ସହିତ ଗୁଗୁଲ ନିଜ ପ୍ଲେ ଷ୍ଟୋରରୁ ପ୍ରାୟ ଏକ ଡଜନ ଆପ୍ ହଟାଯାଇଛି । ସେଥିରେ ବାରକୋଡ୍ ସ୍କାନର୍ ଓ ସମୟ କହିବା ଆପ୍ ମଧ୍ୟ ସାମିଲ ଅଛି । ଗୁଗୁଲ କହିଛି ଯେ, ଏହି ଆପ୍ ଗୁଡ଼ିକ ବ୍ୟବହାରକାରୀଙ୍କ ଫୋନରୁ ତଥ୍ୟ ଚୋରି କରୁଥିଲା ।

ଯେଉଁ ମୁସଲିମ୍ ପ୍ରାର୍ଥନା ଆପ(Muslim prayer app)କୁ ପ୍ଲେ ଷ୍ଟୋରରୁ ହଟାଯାଇଛି, ତାକୁ ପ୍ରାୟ ୧ କୋଟିରୁ ଅଧିକ ଥର ଡାଉନଲୋଡ୍ କରାଯାଇଥିଲା । ଟେକ୍ ସାଇଟ୍ ଗିଜମୋଡୋ ଅନୁସାରେ, ଗୁଗୁଲ ପ୍ଲେ ଷ୍ଟୋରରୁ ଏକ ଡଜନରୁ ଅଧିକ ଆପ୍ ଉପରେ ବ୍ୟାନ୍ ଲଗାଇଛି । କାହିଁକି ନା ସେଥିରେ ଏକ କୋଡ୍ ବ୍ୟବହାର କରାଯାଉଥିଲା, ଯାହାକୁ ବ୍ୟବହାରୀଙ୍କ ଡାଟା ଚୋରି କରୁଥିଲା ।

ଆମେରିକାର ପ୍ରତିରକ୍ଷା କ୍ଷେତ୍ର ସହିତ ଜଡିତ ଏକ ଚୁକ୍ତିଭିତ୍ତିକ କମ୍ପାନୀ ଦ୍ୱାରା ଏହି ଗୁପ୍ତ କୋଡ ପ୍ରସ୍ତୁତ କରାଯାଇଥିଲା । ଏହି କୋଡ୍ ଲୋକଙ୍କ କମ୍ପ୍ୟୁଟର, ମୋବାଇଲ୍ ଫୋନ୍, ଟ୍ୟାବ୍ ଇତ୍ୟାଦିରୁ ବ୍ୟକ୍ତିଗତ ତଥ୍ୟ, ଫୋନ୍ ନମ୍ବର ଇତ୍ୟାଦି ଚୋରି କରୁଥିଲା ।

ଏହି ପରିପ୍ରେକ୍ଷୀରେ ଗୁଗୁଲ କହିଛି ଯେ, ପ୍ଲେ ଷ୍ଟୋରରେ ଥିବା ସମସ୍ତ ଆପ୍ ଆମର ନୀତି ପାଳନ କରିବା ଉଚିତ୍ । ଯେତେବେଳେ କୌଣସି ଆପ୍ ଏହି ନୀତିଗୁଡିକର ଉଲ୍ଲଂଘନ କରେ, ଆମେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।

Get real time updates directly on you device, subscribe now.