fbpx

ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ୨ ଖଣ୍ଡ ହୋଇଗଲା ବିମାନ, ସାମ୍ନାକୁ ଆସିଲା Video

ନୂଆଦିଲ୍ଲୀ: ମଧ୍ୟ ଆମେରିକାରେ ଥିବା କୋଷ୍ଟା ରିକାରେ ଭୟଙ୍କର ପ୍ଲେନ କ୍ରାସ । ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ବିମାନଟି ମଝିରୁ ଦୁଇ ଖଣ୍ଡରେ ବିଭକ୍ତ ହୋଇଗଲା । ଗତକାଲି ଘଟିଥିବା ଏହି ପ୍ଲେନ୍ କ୍ରାସର ଭିଡିଓ ଏବେ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି କୋଷ୍ଟା ରିକା ଜୁଆନ ସାନ୍ତା ମାରିଆ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏହି ଅଘଟଣ ଘଟିଛି । ପ୍ଲେନରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଜୁଆନ ସାନ୍ତା ମାରିଆ ଏୟାପୋର୍ଟରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା । ଆଉ ଏହାରି ମଧ୍ୟରେ ମଝିରୁ ଦୁଇ ଖଣ୍ଡ ହୋଇଯାଇଥିଲା ବିମାନ ।

ଖୁସିର କଥା ଯେ, ଏହା କାର୍ଗୋ ପ୍ଲେନ ଥିଲା । ଏଥିରେ କୌଣସି ଯାତ୍ରୀ ନଥିଲେ । ଏମିତିରେ କାର୍ଗୋ ପ୍ଲେନରେ ଯାତ୍ରୀ ଯାତ୍ରା କରନ୍ତି ନାହିଁ । ବରଂ ଜିନିଷପତ୍ର ପରିବହନ ହୋଇଥାଏ । ଏହି ପ୍ଲେନରେ କେବଳ ଦୁଇ ଜଣ କ୍ରୁ ସଦସ୍ୟ ଥିଲେ । ଦୁର୍ଘଟଣା ପରେ ପାଇଲଟ ବି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ଭିଡିଓରେ ଦେସଖିବାକୁ ମିଳିଛି ଯେ, ଡିଏଚଏଲ କମ୍ପାନୀର ହଳଦିଆ ରଂଗର ଏହି ବିମାନ ଯେତେବେଳେ ଅବତରଣ କରିଥିଲା ସେଥିରୁ ଧୂଆଁ ବାହାରୁଥିଲା । ରନଓରୁ ଏହା ଖସି ଯାଇଥିଲା ଓ ପରେ ଦୁଇ ଖଣ୍ଡ ହୋଇଗଲା । ବୋଇଂ ୭୫୭ ପ୍ଲେନ ସାନ୍ତା ମାରିଆ ଏୟାରପୋର୍ଟରୁ ଉଡାଣ ଆରମ୍ଭ କରିଥିଲା । ହେଲେ ୨୫ ମିନିଟ ପରେ ପୁଣି ଫେରି ଆସିଥିଲା । କାରଣ ସେଥିରେ କିଛିି ସମସ୍ୟା ଦେଖା ଦେଇଥିଲା, ଯେଉଁ କାରଣରୁ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । ଦୁର୍ଘଟଣା ପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିମାନବନ୍ଦର ବନ୍ଦ ରହିଥିଲା ​​।

 

Get real time updates directly on you device, subscribe now.