ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ପରଲୋକ: ରବର୍ଟ ଭଦ୍ରାଙ୍କ ସୂଚନା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ। ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା।

ଏହି ସମୟରେ ତାଙ୍କର ଦେହାନ୍ତ ହୋଇଛି। ଯଦିଓ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ, ତଥାପି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ନିଜ ସୋସିଆଲ ମିଡିଆରେ ଏହି ସୂଚନା ସମସ୍ତଙ୍କ ସହ ସେୟାର କରିଛନ୍ତି।

ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୯୨ ବର୍ଷୀୟ ମନମୋହନ ସିଂହ ୨୦୦୪ରୁ ୨୦୧୪ ମଧ୍ୟରେ ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ଥିଲେ।

ଏହା ପୂର୍ବରୁ ସେ ୯୦ ଦଶକରେ ପିଭି ନରସିଂହ ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ବେଳେ ଦେଶରେ ଅର୍ଥନୈତିକ ସଂସ୍କାର ଆରମ୍ଭ କରିଥିଲେ। ମନମୋହନ ସିଂହଙ୍କ ଅର୍ଥନୈତିକ ସଂସ୍କାରକୁ ଭାରତୀୟ ଅର୍ଥନୀତିର ମୂଳଦୁଆ ବୋଲି ବିବେଚନା କରାଯାଏ ।

ପିଟିଆଇ ଅନୁଯାୟୀ, ମନମୋହନ ସିଂହଗୁରୁବାର ସନ୍ଧ୍ୟାରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଫଳରେ ରାତି ପ୍ରାୟ ୮ଟାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ହୃଦୟରେ କିଛି ସମସ୍ୟା ଥିବାରୁ କାର୍ଡିଓଲୋଜି ବିଭାଗର ପ୍ରଫେସର ଡାକ୍ତର ନୀତିଶ ନାୟକଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।