fbpx
BJD SKY
BJD SKY

ଏଣିକି ଅନଲାଇନରେ ମିଳିବ ‘ଗଣତନ୍ତ୍ର ଦିବସ ପ୍ୟାରେଡ଼’ ଟିକେଟ: ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

BJD

ନୂଆଦିଲ୍ଳୀ: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜାନୁଆରୀ ୨୬ ତାରିଖରେ ହେବାକୁ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଭାରତ ପାଳନ କରିବାକୁ ଯାଉଛି ଗଣତନ୍ତ୍ର ଦିବସ । ତେବେ ଚଳିତ ବର୍ଷ ଭାରତ ଏହାର ୭୫ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ତେବେ ଏହି ଅବସରରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଠାରେ ହେବାକୁ ଯାଉଛି ପ୍ୟାରେଡ଼ । ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷାଦୀକ ସଂଖ୍ୟାରେ ଲୋକ କର୍ତ୍ତବ୍ୟପଥରେ ଏକାଠି ହୋଇଥାନ୍ତି । ତେବେ ଚଳିତ ବର୍ଷ ଏହି ପ୍ୟାରେଡ଼ ଉତ୍ସବକୁ ଦେଖିବା ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା କରାଯାଇଛି ।ଏଥିପାଇଁ ଆପଣଙ୍କୁ ଆଉ ପୋଷ୍ଟ ଅଫିସ କିମ୍ବା ସରକାରୀ କାର୍ଯ୍ୟାଳୟକୁ ଯିବା ଆବଶ୍ୟକ ନାହିଁ । ଆପଣ ଘରେ ବସି ନିଜ ମୋବାଇଲ କିମ୍ବା କମ୍ପ୍ୟୁଟର ଦ୍ୱାରା ଏହି ଟକେଟ ବୁକିଂ କରିପାରିବେ ।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ aamantran.mod.gov.in ନାମରେ ଏକ ୱେବସାଇଟ ଜାରି କରାଯାଇଛି । ତେବେ ଏହି ୱେବସାଇଟରେ ଯାଇ ଆପଣମାନେ ଗଣତନ୍ତ୍ର ଦିବସର ଟିକେଟ ବୁକିଂ କରିପାରିବେ । ଏହି ୱେବସାଇଟ ସାଧାରଣ ଜନତାଙ୍କୁ ସ୍ୱତନ୍ତ୍ରତା ଦିବସ ସମାରୋହରେ ଭାଗ ନେବା ପାଇଁ ଅନଲାଇନ ଟିକେଟ ପ୍ରଦାନ କରିଥାଏ । ଏହା ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଅତିଥିମାନଙ୍କୁ ମଧ୍ୟ ଅନଲାଇନ ପାସ ଜାରି କରିବାର ସୁବିଧା ପ୍ରଦାନ କରିଥାଏ ।

ତେବେ ଗଣତନ୍ତ୍ର ଦିବସ ପାଇଁ ସରକାର ୩ ପ୍ରକାର ଟିକେଟ ବ୍ୟବସ୍ଥା କରିଛନ୍ତି । ଏଥିରେ ପ୍ରଥମ ଟିକେଟର ମୂଲ୍ୟ ୫୦୦ ଟଙ୍କା ରହିଥିବା ବେଳେ ଏହା ଭିଭିଆଇପି ସିଟ ପଛରୁ ଆରମ୍ଭ ହେଉଛି । ଏହିଠାରୁ ଆପଣ ସମସ୍ତ କାର୍ଯ୍ୟକ୍ରମ ଏବଂ ମେଢ଼କୁ ଅତି ପାଖରୁ ଦେଖିପାରିବେ । ଏହା ଛଡ଼ା ଦ୍ୱିତୀୟ ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଥିବା ବେଳେ ଅନ୍ୟ ଟିକେଟର ମୂଲ୍ୟ ୨୦ ଟଙ୍କା ରହଥିବା ଜଣାପଡ଼ିଛି । ତେବେ ଏହି ଟିକେଟ ବୁକିଂ ପାଇଁ ଆପଣଙ୍କର ସରକାରୀ ଆଇଡି ଥିବା ଅତ୍ୟନ୍ତ ଜରୁରୀ ।

କିପରି କରିବେ ବୁକିଂ- ସୁରକ୍ଷା ମନ୍ତ୍ରାଳୟର ୱେବ ପୋର୍ଟାଲ aamantran.mod.gov.inରେ ଯାଇ ସର୍ବପ୍ରଥମେ ନିଜ ନାଁ, ମୋବାଇଲ ନମ୍ବର ଏବଂ ମେଲ ଆଇଡି ଦେଇ ରେଜିଷ୍ଟ୍ରେଶନ କରିବାକୁ ପଡ଼ିବ । ଏହା ପରେ ଆପଣଙ୍କ ମୋବାଇଲ ନମ୍ବରରେ ଆସିଥିବା ଓଟିପି ଦେଇ ଆପଣଙ୍କୁ ଯେଉଁ କାର୍ଯ୍ୟକ୍ରମ ପାଇଁ ଟିକେଟ ବୁକିଂ କରିବାକୁ ଅଛି ତାହାର ବିକଳ୍ପ ଚୟନ କରିବାକୁ ପଡ଼ିବ । ତେବେ ଏହି ଅନଲାଇନ ବୁକିଂର ଅବଧି ଜାନୁଆରୀ ୧୦ ତାରିଖରୁ ଆରମ୍ଭ କରି ୨୫ ତାରିଖ ପର୍ଯ୍ୟନ୍ତ ରହିଛି ।

Get real time updates directly on you device, subscribe now.