fbpx
BSKY
BJD MC SKY
BJD YOUTH SKY

ସାଧାରଣତନ୍ତ୍ର ଦିବସ କଟକଣା: ବନ୍ଦ ରହିବ ଗାନ୍ଧିମାର୍ଗ

ଭୁବନେଶ୍ୱର, ୨୬ା୧ (ଓଡିଶା ଭାସ୍କର): ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆଜି ରାଜଧାନୀ ଭୁବନେଶ୍ୱରର ଗାନ୍ଧିମାର୍ଗ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଉକ୍ତ ରାସ୍ତା ଦେଇ ଯିବାକୁ ଥିବା ସମସ୍ତ ଗାଡ଼ି ଅନ୍ୟ ରାସ୍ତାରେ ଯିବ । ଏନେଇ ସବିଶେଷ ସୂଚନା କମିଶନରେଟ୍ ପୋଲିସ ପକ୍ଷରୁ ଦିଆଯାଇଛି ।

୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ରୁଟ୍ ପ୍ରସ୍ତୁତ କରାଯାଇଛି । ସ୍ୱତନ୍ତ୍ର ଭାବେ ଅନୁମତି ବା ପାସଧାରୀ କେବଳ ଉତ୍ସବ ସ୍ଥଳକୁ ଯାଇପାରିବେ । ହାଉସିଂ ବୋର୍ଡ ଛକ ଦେଇ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଥିବା ଯାନଗୁଡ଼ିକ କେଶରୀ ହଲର ବାମପାଶ୍ୱର୍ ରାସ୍ତାରେ ଯିବେ । ଏଜି ଛକରୁ ପିଏମଜି ଆଡ଼କୁ ଯାଉଥିବା ଗାଡ଼ି ଆଇଜି ପାର୍କ ଗଳି ଦେଇ ଇଡକଲ୍ ଅଡିଟୋରିୟମ୍ ରାସ୍ତାରେ ଯାଇ ପାରିବେ । ସମାରୋହ ସ୍ଥଳରେ ସାମାଜିକ ଦୂରତା, ମାସ୍କକୁ ଗୁରୁତ୍ୱ ଦିଆଯିବ । ସକାଳ ୮ଟା ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ ।

Get real time updates directly on you device, subscribe now.