fbpx

ଉଲଗ୍ନ ମହିଳା ଉଦ୍ଧାର ଘଟଣା: ଚିକିତ୍ସା ପରେ ମୁହଁ ଖୋଲିଲେ ମାଆ-ଝିଅ

ଓଡ଼ିଶା ଭାସ୍କର: ଶୁକ୍ରବାର ଉଲଗ୍ନ ଅବସ୍ଥାରେ ଦୁଇ ମହିଳା ସୁନ୍ଦରଗଡ଼ ସରକାରୀ କଲେଜ ଛକ ରୁ ସଦର ଆଡ଼କୁ ଚାଲି ଚାଲି ଯାଉଥିବା ର ଖବର ପାଇ କିଛି ସାମ୍ବାଦିକ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚିଥିଲେ। ସଦର ପୋଲିସ ଏଵଂ ଅସ୍ଥା ଗୃହକୁ ଏସଂପର୍କରେ ଖବର ଦେଇଥିଲେ।ଠିକ୍ ସେହି ସମୟରେ ସେହି ରାସ୍ତା ଦେଇ ସଦର ବିଧାୟିକା କୁସୁମ ଟେଟେ ଯାଉଥିବା ବେଳେ ଉଲଗ୍ନ ଅଵସ୍ଥା ରେ ରାସ୍ତା ମଝିରେ ଯାଉଥିବା ଦୁଇ ମହିଳାଙ୍କୁ ଦେଖି ଅଟକି ପ୍ରଥମେ ନିଜ ଗାଡିରେ ଥିବା ଉତ୍ତରୀୟ ଏବଂ ଧରିଥିବା ଗାମୁଛାରେ ଦୁଇ ମହିଳାଙ୍କ ଦେହ କୁ ଘୋଡାଇଥିଲେ। ଉଭୟ ମହିଳାଙ୍କ କଥା ବୁଝୁ ଥିବା ସମୟରେ ସେହି ସ୍ଥାନକୁ ସଦର ଥାନା ପୋଲିସ ଓ ଆସ୍ଥା ଗୃହର ସମ୍ପାଦିକା ସ୍ନେହଲତା ପଟେଲ ପହଞ୍ଚିଥିଲେ।ସେଠାରେ ଉପସ୍ଥିତ କିଛି ସାମ୍ୱାଦିକ ଙ୍କ ସହଯୋଗ ରେ ଉକ୍ତ ସ୍ଥାନରୁ ଆସ୍ଥା ଗୃହକୁ ଦୁଇ ମହିଳାଙ୍କୁ ନିଆଯାଇଥିଲା। ଚିକିତ୍ସା କରାଗଲା ପରେ ମୁହଁ ଖୋଲିଛନ୍ତି ମାଆ-ଝିଅ । ଝିଅ ଜଣକ ପୁରା ଚୁପ୍ ହୋଇ ବସିଥିବା ବେଳେ ମା’ ଜଣକ ଆଜି କିଛି କଥା କହୁଛନ୍ତି। ମାଆ-ଝିଅ ପଡ଼ୋଶୀ ଝାରଖଣ୍ଡର ହୋଇଥିବା ଜଣା ପଡ଼ିଛି ।

 

Get real time updates directly on you device, subscribe now.