ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ୍ସ୍ରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ୬ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ସସ୍ମିତା ମୁର୍ମୁଙ୍କୁ ବଡସାହିର ଆଡିସନାଲ ତହସିଲଦାର ଭାବରେ ବଦଳି କରାଯାଇଛି ।
ବାରିପଦାର ଆଡିସନାଲ ତହସିଲଦାର ରହିଥିବା ସସ୍ମିତାଙ୍କୁ ବଡସାହିକୁ ବଦଳି କରାଯାଇଥିବା ବେଳେ ସ୍ମୃତି ରଞ୍ଜନ ଟୁଡୁଙ୍କୁ ବାରିପଦାର ଆଡିସନାଲ ତହସିଲଦାର ଭାବରେ ବଦଳି କରାଯଶଇଛି । ସ୍ମୃତିରଞ୍ଜନ ପୂର୍ବରୁ ବାରିପଦା ଲକ୍ଷ୍ମୀପୋଶି ଅଞ୍ଚଳର ଜୋନ ଅଫିସର ରହିଥିଲେ । ଚାନ୍ଦାବାଲିର ଆଡିସନାଲ ତହସିଲଦାର ରହିଥିବା ପ୍ରଶାନ୍ତ କୁମାର ମହାରାଣାଙ୍କୁ ଭୋଗରାଇର ଆଡିସନାଲ ତହସିଲଦାର ଭାବରେ ବଦଳି କରାଯାଇଛି । ଭଞ୍ଜନଗର ଆସିଷ୍ଟାଣ୍ଟ କଲେକ୍ଟର ରହିଥିବା ବିକାଶ କୁମାର ଭୋଇଙ୍କୁ ଏଚଆଣ୍ଡ ୟୁଡି ବିଭାଗର ବୈଦେଶିକ ଅଧିକାରୀ ଭାବରେ ବଦଳି କରାଯାଇଛି । ପିପିଲି ଆଡିସନାଲ ତହସିଲଦାର ରହିଥିବା ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ପିପିଲି ସବରେଜିଷ୍ଟ୍ରାର ଭାବରେ ବଦଳି କରାଯାଇଛି । ସେହିପରି ବିଏମସି ଆସିଷ୍ଟାଣ୍ଟ କମିଶନର ରହିଥିବା ଅଂଶୁମାନ ରଥଙ୍କୁ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି ।