fbpx

ବାତ୍ୟା ଜୱାଦ Update: ଗୁରୁବାର ରେସପନ୍ସ ଫୋର୍ସ ପଠାଇବା ନେଇ ସୂଚନା ଦେଲେ ଏସଆରସି

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ରେସପନ୍ସ ଫୋର୍ସ ମୁତୟନ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ଏସଆରସି ସୂଚନା ଦେଇଛନ୍ତି୧୪ଟି ଏନଡିଆରଏଫ୍ ଟିମ୍ ୨୮ ୟୁନିଟ୍ ହୋଇ କାର୍ଯ୍ୟ କରିବେ, ୨୦ ଟି ଓଡ୍ରାଫ୍ ଟିମ୍ ୬୦ଟି ୟୁନିଟରେ କାର୍ଯ୍ୟ କରିବେ, ୨୦୦ ଅଗ୍ନିଶମ ଟିମ୍ ବାତ୍ୟା ମୁକାବିଲା ପାଇଁ ମୁତୟନ ହେବେ । କେଉଁ ଜିଲ୍ଲାକୁ କେତେ ରେସପନ୍ସ ଟିମ୍ ପଠାଯିବ କାଲି ନିଷ୍ପତ୍ତି ହେବ । ଶୁକ୍ରବାର ସୁଦ୍ଧା ରେସପନ୍ସ ଫୋର୍ସ ଜିଲ୍ଲାମାନଙ୍କରେ ପହଞ୍ଚିବେ । ଦରକାର ପଡ଼ିଲେ ଆଉ ୧୦ଟି ଏନଡିଆରଏଫ ଟିମ୍ ମଗାଯିବ ବୋଲି କହିଛନ୍ତି ଏସଆରସି । ଏହାସହ ଲୋକଙ୍କୁ ନିରାପଦ ସ୍ଥାନକୁ ନେବା, ବାତ୍ୟା ସମୟରେ ସ୍କୁଲ ଘର ଖୋଲା ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ କେହି କଚ୍ଚା ଘରେ ନରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ସୂଚନାଯୋଗ୍ୟ, ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି । କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ଗତି କରିବ ଓ ୨ ତାରିଖରେ ଡିପ୍ରେସନ୍ ରେ ପରିଣତ ହେବ । ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ୬୦ରୁ୧୦୦ କିମିି ପ୍ରତିଘଣ୍ଟା ରହିବା ନେଇ ଅନୁମାନ କରାଯାଉଛି ।

Get real time updates directly on you device, subscribe now.