fbpx

୫୩ ବର୍ଷ ସାନ ଗର୍ଲଫ୍ରେଣ୍ଡଙ୍କ ନାମରେ ୯୦୦ କୋଟିର ସମ୍ପତ୍ତି ଲେଖି ଦେଇଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନି ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ ୯୦୦ କୋଟି ଟଙ୍କା ସମ୍ପତ୍ତି ଛାଡିଦେଇ ଯାଇଛନ୍ତି । ଦି ଗାର୍ଡିଆନଙ୍କ ରିପୋର୍ଟ ଅନୁଯାୟୀ, ବର୍ଲୁସ୍କୋନି ତାଙ୍କ ଇଚ୍ଛାରେ ତାଙ୍କ ପ୍ରେମିକା ମାର୍ଟା ଫାସିନାଙ୍କ ପାଇଁ ୧୦୦ ମିଲିୟନ୍ ୟୁରୋ କିମ୍ବା ପ୍ରାୟ ୯୦୦ କୋଟି ଟଙ୍କା ସମ୍ପତ୍ତି ଛାଡିଛନ୍ତି।

ତେବେ ତିନିଥର ଇଟାଲିର ପ୍ରଧାନମନ୍ତ୍ରୀ ହୋଇଥିବା ସିଲଭିଓ ବର୍ଲୁସ୍କୋନିଙ୍କର ବାଣିଜ୍ୟ ସାମ୍ରାଜ୍ୟ ହାରାହାରି ମୂଲ୍ୟ ୬ ନିୟୁତ ବିଲିୟନ୍‌ ୟୁରୋରୁ ଅଧିକ ହେବ। ରାଜନୈତିକ ସଙ୍ଗଠନ ‘ଫୋର୍ଜା ଇଟାଲୀୟା’ ଡେପୁଟି ଥିବା ଫାଶ୍ଚିନା ୨୦୨୦ ମାର୍ଚରେ ବର୍ଲୁସ୍କୋନିଙ୍କ ସହିତ ସମ୍ପର୍କ ଆରମ୍ଭ କରିଥିଲେ।

ଆଇନଗତ ଭାବେ ବର୍ଲୁସ୍କୋନି ଫାଶ୍ଚିନାଙ୍କୁ ବିବାହ କରି ନ ଥିଲେ ମଧ୍ୟ ମୃତ୍ୟୁଶଯ୍ୟାରେ ସେ ତାଙ୍କୁ ତାଙ୍କର ସ୍ତ୍ରୀ ବୋଲି ଅଭିହିତ କରିଥିଲେ। ୨୦୧୮ ସାଧାରଣ ନିର୍ବାଚନରେ ୩୩ ବର୍ଷୀୟ ଫାଶ୍ଚିନା ଇଟାଲୀୟ ସଂସଦର ନିମ୍ନ ସଦନରେ ସଦସ୍ୟ ହୋଇଥିଲେ। ପ୍ରଥମେ ସେ ରାଜନୀତିରେ ପ୍ରବେଶ କରିବା ବେଳେ ୧୯୯୪ରେ ବର୍ଲୁସ୍କୋନିଙ୍କଦ୍ବାରା ସଂସ୍ଥାପିତ ରାଜନୈତିକ ଦଳ ‘ଫୋର୍ଜା ଇଟାଲୀୟା’ର ସଦସ୍ୟ ହୋଇଥିଲେ। କିନ୍ତୁ, ବର୍ଲୁସ୍କୋନିଙ୍କର ବାଣିଜ୍ୟ ସାମ୍ରାଜ୍ୟ ନିୟନ୍ତ୍ରଣ କରିବେ ତାଙ୍କର ଦୁଇ ବଡ଼ ସନ୍ତାନ ମାରିନା ଓ ପାୟର୍‌ ସିଲ୍‌ଭିଓ। ଏଥିରେ ସେମାନଙ୍କର ୫୩% ଅଂଶ ରହିଛି।

ଦଶନ୍ଧି ଦଶନ୍ଧି ଧରି ଇଟାଲୀୟ ସାଧାରଣ ଜନଜୀବନ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିବା କୋଟିପତି ‘ମିଡିଆ ମୋଗଲ୍‌’, ‘ବ୍ୟବସାୟୀ’ ତଥା ପ୍ରଧାନମନ୍ତ୍ରୀ ବର୍ଲୁସ୍କୋନିଙ୍କର ୮୬ ବର୍ଷ ବୟସରେ ଜୁନ୍‌ ୧୨ ତାରିଖରେ ଦେହାନ୍ତ ହୋଇଥିଲା। ମଙ୍ଗଳବାର ଦିନ ତାଙ୍କ ଇଚ୍ଛାପତ୍ର ତାଙ୍କର ୫ଜଣ ସନ୍ତାନ ଓ ସାକ୍ଷୀମାନଙ୍କ ଆଗରେ ପଢ଼ାଯାଇଥିଲା।

ସିଲଭିଓ ବର୍ଲୁସ୍କୋନି ତିନିଥର ଇଟାଲୀର ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ଟିକସ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ରାଜନୀତିରୁ ବାରଣ କରାଯାଇଥିଲା। ଲ୍ୟୁକେମିଆରେ ପୀଡିତ ହେବା ପରେ ମଧ୍ୟ ବର୍ଲୁସ୍କୋନି ରାଜନୀତିରେ ସକ୍ରିୟ ରହିଆସିଥିଲେ। ସେ ଦେଶର ବର୍ତ୍ତମାନର ଦକ୍ଷିଣପନ୍ଥୀ ସରକାରଙ୍କୁ ମଧ୍ୟ ସମର୍ଥନ କରିଥିଲେ।

Get real time updates directly on you device, subscribe now.