fbpx

ଉଚ୍ଚ ଶିକ୍ଷା ବିଭାଗରେ ଖୋଲିବ ପେନସନ୍ ସେଲ୍: ବିଭାଗୀୟ କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ଉଚ୍ଚଶିକ୍ଷା ବିଭାଗରେ ଖୋଲିବ ପେନସନ୍ ସେଲ । ଏହାଫଳରେ ଏଣିକି କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ହିଁ ସେମାନଙ୍କର ପେନସନ ପାଇ ପାରିବେ । ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କର୍ମଚାରୀଙ୍କର ପୂର୍ବରୁ ବାକିଥିବା ପେନସନ ମାମଲାର ସମାଧାନ ହୋଇ ପାରିବ ।

୫ଟି ଉପକ୍ରମ ଅନୁସାରେ ସ୍ୱଚ୍ଛତା ଓ ଆନ୍ତରିକ ଭିତ୍ତିରେ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି । ଗତ ୯ ତାରିଖ ଦିନ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷାର ମାନବୃଦ୍ଧି କରାଯିବା ସହିତ ବିକାଶ, ବିଭିନ୍ନ ହେଡରେ ଥିବା ଅନୁଦାନ ରାଶି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଠିକ୍ ଭାବେ ବିନିଯୋଗ କରାଯିବା, ନାକ୍ ରାଙ୍କିଂ, ଏନଆଇଆରଏଫରେ ଅଂଶଗ୍ରହଣ ଆଦି ବାବଦରେ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା ।

କଲେଜମାନଙ୍କରେ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ ପଦ ପୂରଣ ନେଇ ପଦକ୍ଷେପ ଗ୍ରହଣ କରାଯିବ । ବିଶ୍ୱବ୍ୟାଙ୍କ ଅନୁଦାନ, ଛାତ୍ରବୃତ୍ତି ଓ ଅନ୍ୟାନ୍ୟ ବିଷୟରେ ସମୀକ୍ଷା କରାଯାଇଥିଲା । ଏହି ବୈକଠକରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ଥିଲେ । ବିଭିନ୍ନ ମହାବିଦ୍ୟାଳୟମାନଙ୍କରେ ଗଚ୍ଛିତ ରହିଥିବା ଅର୍ଥରାଶିକୁ କିଭଳି ଯଥାଶୀଘ୍ର ବିନିଯୋଗ କରାଯିବ ସେନେଇ ସମୀକ୍ଷା କରିବାକୁ ବିଭାଗୀୟ ସଚିବଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.