fbpx

କିମ୍ବଦନ୍ତୀ ଫୁଟବଲର ସୁଆରେଜଙ୍କ ପରଲୋକ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖ ଖବର । ସ୍ପେନର କିମ୍ବଦନ୍ତୀ ଫୁଟବଲର ଲୁଇସ୍ ସୁଆରେଜଙ୍କ ପରଲୋକ ଘଟିଛି । ସୁଆରେଜ ୮୮ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସ୍ପେନର ଏକମାତ୍ର ଫୁଟବଲର ଭାବେ ସୁଆରେଜ ବାଲନ ଡି’ଅର ପୁରସ୍କାର ହାସଲ କରିଥିଲେ । ସେ ସ୍ପେନ ପାଇଁ ୩୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୪ଟି ଗୋଲ୍ ସ୍କୋର କରିଥିଲେ ।

ସୁଆରେଜ ସ୍ପେନର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ମିଡଫିଲ୍ଡର ଭାବେ ପରିଚିତ ଅଟନ୍ତି । ମିରାମୋଣ୍ଟେସ ଇଣ୍ଟର ମିଲାନ ପାଇଁ ସେ ୧୯୬୪ ଓ ୧୯୬୫ରେ ୟୁରୋପିଆନ କପ ଓ ୩ଟି ଇଟାଲିଆନ ଲିଗ୍ ଟାଇଟଲ ହାସଲ କରିଥିଲେ । ସେ ୪୭୯ଟି କ୍ଲବ ଫୁଟବଲ ମ୍ୟାଚ ଖେଳି ୧୨୧ଟି ଗୋଲ ସ୍କୋର କରିଥିଲେ । ବାର୍ସେଲୋନା କ୍ଲବ ପକ୍ଷରୁ ଖେଳି ସେ ୨ଟି ସ୍ପାନିଶ ଲିଗ୍ ଟାଇଟଲ ହାସଲ କରିଥିଲେ ।

୧୯୬୦ରେ ସୁଆରେଜଙ୍କୁ ବାଲନ ଡି’ଅର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ୧୯୬୧ ଓ ୧୯୬୪ରେ ସେ ଏହି ପୁରସ୍କାରର ଉପବିଜେତା ଘୋଷିତ ହୋଇଥିଲେ । ୧୯୬୪ରେ ସେ ୟୁରୋପିଆନ ଚାମ୍ପିୟନଶିପ୍ ଟାଇଟଲ ଜିତିଥିଲେ । ଏହାଫଳରେ ସ୍ପେନ ପ୍ରଥମ ଥର ପାଇଁ କୌଣସି ମେଜର ଟାଇଟଲ ଜିତିବାର କୃତିତ୍ୱ ହାସଲ କରିଥିଲା । ତାଙ୍କର ମୃତ୍ୟୁ ଖବର ପାଇବା ପରେ ବିଶ୍ୱର କୋଣ ଅନୁକୋଣର କ୍ରୀଡ଼ାପ୍ରେମୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.