fbpx
BJD SKY
BJD SKY

ବେନ୍ ଷ୍ଟୋକ୍ସ ରଚିଲେ ଇତିହାସ: ଏମିତି କାରନାମା କରିବାରେ ପ୍ରଥମ ଅଧିନାୟକ ଭାବରେ ରେକର୍ଡ

BJD

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆସେଜ ସିରିଜର ତୃତୀୟ ଟେଷ୍ଟରେ ବିଜୟ ହାସଲ କରିଛି ଇଂଲଣ୍ଡ । ପ୍ରଥମ ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆ ବାଜି ମାରି ନେଇଥିଲା । କିନ୍ତୁ ତୃତୀୟ ମ୍ୟାଚରେ ଇଂଲଣ୍ଡ ଦମଦାର କମବ୍ୟୃାକ କରି ବିଜୟ ସହ ସିରିଜକୁ ୨-୧ ସ୍ଥିତିରେ ପହଞ୍ଚାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ମିଳିଥିବା ୨୫୧ ରନର ବିଜୟ ଲକ୍ଷ୍ୟକୁ ହାସଲ କରି ଏହି ସିରିଜରେ କମବ୍ୟାକ କରିପାରିଛି ବେନ୍ ଷ୍ଟୋକ୍ସ ସେନା । ଏଥିସହିତ ଏକ ବଡ ଇତିହାସ ଲେଖିଛନ୍ତି ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ । ପୃଥିବୀର ଅନେକ ସଫଳ ଅଧିନାୟକଙ୍କୁ ପଛରେ ପକାଇ ସେ ଏହି ରେକର୍ଡ ନିଜ ନାମରେ କରିଛନ୍ତି ।

ସୂଚନା ଅନୁସାରେ, ଦ୍ୱିତୀୟ ପାଳି ଶେଷ ସୁ୍ଦ୍ଧା ଇଂଲଣ୍ଡକୁ ୨୫୧ ରନର ଲକ୍ଷ୍ୟ ଦେଇଥିଲା ଅଷ୍ଟ୍ରେଲିଆ । ଯାହାକୁ ଅତି ସହଜରସହ ହାସଲ କରି ନେଇଛି ଇଂଲଣ୍ଡ । ୨୫୧ ରନର ଲକ୍ଷ୍ୟକୁ ୫୦ ଓଭର ପୂର୍ବରୁ ହାସଲ କରି ସିରିଜରେ ୨-୧ ସ୍ଥିତିରେ ପହଞ୍ଚିଛି । ତେବେ ଏହି ବିଜୟ ସହ ଏକ ମାଇଲଷ୍ଟୋନ ସୃଷ୍ଟି କରିଛନ୍ତି । ଇଂଲଣ୍ଡ ଅଧିକାୟକ ବେନ୍ ଷ୍ଟୋକ୍ସ ଏହି ମ୍ୟାଚ ଜିତି ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ମାନଙ୍କୁ ଖୁବ ପଛରେ ପକାଇ ଦେଇଛନ୍ତି । ୨୫୦ କିମ୍ବା ଏଥିରୁ ଅଧିକ ରନର ଲକ୍ଷ୍ୟକୁ ୫୦ ଓଭର ମଧ୍ୟରେ ହାସଲ କରିବାରେ ସେ ବର୍ତ୍ତମାନ ସର୍ବଶ୍ରେଷ୍ଠ ଅଧିନାୟକ ପାଲଟିଛନ୍ତି । ପଞ୍ଚମ ଥର ପାଇଁ ସେ ଏମିତି କାରନାମା କରିବା ସହ ଇତିହାସରେ ନିଜ ନାଁ ଲିପିବଦ୍ଧ କରିଛନ୍ତି । ଏପରିକି ଭାରତର ପୂର୍ବ ଅଧିନାୟକ ଏମ.ଏସ ଧୋନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ବେନ ଷ୍ଟୋକ୍ସ ।

ସୂଚନା ଥାଉ କି ପୂର୍ବତନ ଏମ.ଏସ. ଧୋନୀଙ୍କ ନେତୃତ୍ୱରେ ଭାରତ ୪ ଥର ୨୫୦ ବା ତାଠାରୁ ଅଧିକ ରନର ଟାର୍ଗେଟକୁ ୫୦ ଓଭର ଭିତରେ ହାସଲ କରିବାରେ ସଫଳ ହୋଇଛି । ତେବେ କ୍ୟାପଟେନ କୁଲ ମାହି ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏବଂ ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ୩ ଥର ଏପରି କାରନାମା କରି ତାଲିକାର ତୃତୀୟ ସ୍ଥାନ ହାସଲ କରିଛନ୍ତି । ତେବେ ଉଭୟ ଖେଳାଳି ଏହି ସ୍ଥାନରେ ଯୁଗ୍ମ ଭାବରେ ସାମିଲ ରହିଛନ୍ତି ଏହି ଦୁଇ ଖେଳାଳି ।

Get real time updates directly on you device, subscribe now.